ନୂଆଦିଲ୍ଲୀ : ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ରାତିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଏହି ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏହା ଜେଇଇ ମେନ୍ର ୱେବ୍ସାଇଟ୍ jeemain.nta.in ରେ ଉପଲବ୍ଧ ହେଉଛି। ଏହି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ମୋଟ ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଥିବାବେଳେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯%% ମାର୍କ ରଖି ଓଡ଼ିଶା ଟପର ହୋଇଛନ୍ତି।
ଜେଇଇ ମେନ୍ ପରୀକ୍ଷା ୨ଟି ପର୍ଯ୍ୟାୟରେ ୨୩୩ ସହର ଏବଂ ବିଦେଶରେ ୫୭୦ ପରୀକ୍ଷା କେନ୍ଦ୍ରରେ ଏକ ସଙ୍ଗରେ କରାଯାଇଥିଲା। ବିଇ/ବିଟେକ୍ ପରୀକ୍ଷା ପାଇଁ ମୋଟ ୯,୨୧,୨୬୧ ଜଣ ପଞ୍ଜୀକରଣ କରାଇଥିଲେ। ସେଥିରୁ ୮,୬୯,୦୧୦ ଆବେଦନକାରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ପରୀକ୍ଷାର୍ଥୀଙ୍କୁ ରୢାଙ୍କ୍ ମିଳିଛି। ଏଥିରେ ୬,୦୪୯୮୧ ଛାତ୍ର, ୨,୬୪,୦୨୬ ଛାତ୍ରୀ ଓ ତିନି ଜଣ କିନ୍ନର ରହିଛନ୍ତି। ଓଡ଼ିଶାର ପ୍ରାୟ ୩୧ ହଜାର ଛାତ୍ରଛାତ୍ରୀ ଏହି ରୢାଙ୍କିଙ୍ଗ୍ ତାଲିକାରେ ସ୍ଥାନ ପାଇଛନ୍ତି। ଆସନ୍ତା ଏପ୍ରିଲ ୫ରୁ ୧୧ ତାରିଖ ଯାଏ ଜେଇଇ େମନ୍-୨ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ଫେବ୍ରୁଆରି ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।