ଜେଇଇ ମେନ୍‌-୨ ତାରିଖ ବଦଳିଲା

ଭୁବନେଶ୍ବର : ଇଞ୍ଜିନିୟରିଂ ସମେତ ଆର୍କିଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଏପ୍ରିଲ ମାସରେ ସର୍ବଭାତୀୟସ୍ତରରେ ହେବାକୁ ଥିବା ଜେଇଇ ମେନ୍‌-୨ ତାରିଖରେ ସାମାନ୍ୟ ପରିବର୍ତନ କରାଯାଇଛି। ପରୀକ୍ଷା ସମୟରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଜେଇଇ ମେନ୍‌-୨ ପରୀକ୍ଷା ସମୟ ସୀମାକୁ ହ୍ରାସ କରାଯାଇଛି। ଏପ୍ରିଲ ୭ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଏପ୍ରିଲ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପେପର୍‌-୨(ବିଆର୍କ/ବି ପ୍ଲାନିଂ) ପରୀକ୍ଷା ଏପ୍ରିଲ ୭ ଓ ପେପର୍‌-୧(ବିଇ/ ବି ଟେକ୍‌) ପରୀକ୍ଷା ଏପ୍ରିଲ ୮,୯, ୧୦ ଓ ୧୨ ତାରିଖରେ ହେବ। ମାର୍ଚ୍ଚ ୨୦ରୁ ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ମିଳିବ। ପରୀକ୍ଷାର୍ଥୀ ‘www.jeemain.nic.in’ ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ଏହି ପରୀକ୍ଷା ‌ଦେବା ପାଇଁ ୯ ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର