ଜେଇଇ ‌ମେନ୍‌ ଆବେଦନ ଅବଧି ବଢ଼ିଲା

ଭୁବନେଶ୍ବର : ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କରୋନାକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଆବେଦନ କରିପାରି ନାହାନ୍ତି ସେମାନେ ମେ’ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ‘jeemain.nta.nic.in’ ମାଧ୍ୟମରେ ଉପଲବ୍ଧ ହେଉଥିବା ଫର୍ମରେ ଆବେଦନ କରିପାରିବେ। ଅପରାହ୍ନ ୫ଟା ସୁଦ୍ଧା ଫର୍ମ ଆବେଦନ ଓ ରାତି ୧୧ଟା ୫୦ ସୁଦ୍ଧା ଫି’ ଦାଖଲ କରିହେବ। ଆବେଦନକାରୀ କ୍ରେଡିଟ୍‌ କାର୍ଡ/ଡେବିଟ୍‌ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ/ୟୁପିଆଇ ଓ ପେଟିଏମ୍‌ ମାଧ୍ୟମରେ ଫି’ ଦେଇପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ‘jeemain.nta.nic.in’ ୱେବସାଇଟ୍‌ ଦେଖିବାକୁ ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର