ଭୁବନେଶ୍ବର : ଜାନୁଆରି ୬ ତାରିଖଠାରୁ ଆରମ୍ଭ ହୋଇଥିବା ଜେଇଇ ମେନ୍-୧ ପ୍ରବେଶିକା ପରୀକ୍ଷା ଆଜି ଶେଷ ହୋଇଛି। ବି.ଟେକ୍ ସମେତ ବି.ଆର୍କିଟେକ୍ ଓ ବି.ପ୍ଲାନିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ସାରା ଦେଶରୁ ୧୧ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗତକାଲି ତଥା ୮ ତାରିଖରେ ଭାରତ ବନ୍ଦ ଯୋଗୁଁ କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଓଡ଼ିଶାରୁ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ୩୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆସନ୍ତା ଜାନୁଆରି ୩୧ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।
ସରିଲା ଜେଇଇ ମେନ୍, ୩୧ରେ ରେଜଲ୍ଟ
/sambad/media/post_attachments/wp-content/uploads/2020/01/jee-main.jpg)