ଭୁବନେଶ୍ବର: କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷାକୁ ପରବର୍ତ୍ତୀ ଘୋଷଣା ଯାଏ ସ୍ଥଗିତ ରଖାଯାଇଛି । ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ପୁଣି ଥରେ ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ନୂତନ ତାରିଖ ଜଣାଇ ଦିଆଯିବ।
ସୂଚନା ଅନୁସାରେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମେ ୪ ଟି ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହାସହ ଫେବ୍ରୁଆରି ଓ ମାର୍ଚ ମାସରେ ୨ ଟି ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିଲା । ବାକି ପରୀକ୍ଷା ଏପ୍ରିଲ ମାସ ୨୭, ୨୮ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ସଂକ୍ରମଣର ବ୍ୟାପକତା ହେତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଏହାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/6375e219-4fe4-4f8b-9197-edff758a3212.jpg)