ଭୁବନେଶ୍ବର : ଜାନୁଆରି ୬ରୁ ୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜେଇଇ ମେନ୍ର କମ୍ପ୍ୟୁଟର ବେସ୍ଡ ଟେଷ୍ଟ ପାଇଁ ନାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏଥିରେ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି ଯେ, ସେମାନେ ଏନ୍ଟିଏ ୱେବସାଇଟରୁ ଆଡମିଟ୍କାର୍ଡ ଡାଉନଲୋଡ୍ କରିବେ। ଆଡମିଟ୍ କାର୍ଡରେ ଯେଉଁ ସମୟ ଦିଆଯାଇଥିବ ସେହି ଅନୁଯାୟୀ, ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିବେ। ନିଜ ସହିତ କୌଣସି ବୈଧ ପ୍ରମାଣପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ। ଧାର୍ଯ୍ୟ ସମୟରୁ ବିଳମ୍ବ ହେଲେ ପରୀକ୍ଷା କେନ୍ଦ୍ରକୁ ଯିବାର ଅନୁମତି ମିଳିବନି। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପେନ୍/ପେନସିଲ୍ ଏବଂ ରଫ୍ କରିବା ପାଇଁ ଆବଶ୍ୟକୀୟ କାଗଜ ଯୋଗାଇ ଦିଆଯିବ। କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ନେବାର ଅନୁମତି ମିଳିବନି। ସେହିପରି ପରୀକ୍ଷା କେନ୍ଦ୍ରକୁ କାହାକୁ ବି ମୋବାଇଲ୍ ବ୍ୟବହାର କରିବାର ଅନୁମତି ନାହିଁ। ପରୀକ୍ଷା କେନ୍ଦ୍ରରେ ଏବଂ ଏହା ନିକଟରେ ପରୀକ୍ଷା ଚାଲିଥିବା ସମୟରେ ଯେପରି ମୋବାଇଲ୍ ଫୋନ୍ ନଲାଗିବ ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ଜାମର୍ ଲଗାଯିବ। ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ।
ଜେଇଇ ମେନ୍ ପାଇଁ ଏନ୍ଟିଏ ଜାରି କଲା ପରାମର୍ଶ
/sambad/media/post_attachments/wp-content/uploads/2020/01/jee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)