ଜେଇଇ ମେନ୍ ପରୀକ୍ଷାଫଳ : ଶିବାଶିଷ ଟପର୍

ଭୁବନେଶ୍ବର : ‌ନେସନାଲ୍ ଟେଷ୍ଟ୍ ଏଜେନ୍ସି ପକ୍ଷରୁ ଚଳିତବର୍ଷ ଜାନୁଆରି ୮ରୁ ୧୨ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସାରା ଦେଶରୁ ୮ଲକ୍ଷ ୭୪ହଜାର ୪୬୯ଜଣ ଛାତ୍ରଛାତ୍ରୀ ପରୀକ୍ଷା

ଦେଇଥିବାବେଳେ ଓଡ଼ିଶାରୁ ପ୍ରାୟ ୪୦ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ରୢାଙ୍କ ମିଳିଥିବା ବେଳେ ଭୋପାଳର ଧ୍ରୁବ ଆରୋରା ସବୁ ବିଷୟରେ ଶତପ୍ରତିଶତ ମାର୍କ ରଖି ସର୍ବଭାରତୀୟ ସ୍ତରରେ ଟପର୍ ହୋଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ର ଶିବାଶିଷ ନାୟକ ୯୯.୯୮% ମାର୍କ ରଖି ଓଡ଼ିଶା ଟପର୍ ‌େହାଇଥିବା ଜଣାପଡ଼ିଛି।

ମାନବ ସମ୍ବଳ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ, ଚଳିତବର୍ଷ ୧୫ଜଣ ଛାତ୍ର ଶତ ପ୍ରତିଶତ ମାର୍କ ରଖିଛନ୍ତି। ମହାରାଷ୍ଟ୍ରର ରାଜ ଆର୍ଯ୍ୟନ ଅଗ୍ରୱାଲ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଟପ୍ ୧୫ମଧ୍ୟରେ ତେଲେଙ୍ଗାନାର ୪ଜଣ ଛାତ୍ର ଅଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଟପର୍ ଶିବାଶିଷ ପଦାର୍ଥ ବିଜ୍ଞାନରେ ୯୯.୯୯%, ରସାୟନ ବିଜ୍ଞାନରେ ୯୯.୯୨%, ଗଣିତରେ ୯୯.୯୪% ମାର୍କ ରଖିଛନ୍ତି। ଶିବାଶିଷଙ୍କ ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିଛି। ସେହିପରି ପି.ଶୁଭମ୍‌ ୯୯.୪୯%, ବାଇଧର ସୋରେନ୍ ୯୮.୬୩% ମାର୍କ ରଖିଛନ୍ତି।

ରାଜ୍ୟ ଟପର୍ ହୋଇଥିବା ଶିବାଶିଷ ଆଷ୍ଟ୍ରୋ ଅଲମ୍ପିଆଡ୍‌-୨୦୧୮, ଫିଜିକ୍ସ ଅଲମ୍ପିଆଡ୍‌-୨୦୧୮ରେ ରାଜ୍ୟ ଟପର୍‌ ହୋଇଥିବାବେଳେ କେମେଷ୍ଟ୍ରି ଅଲମ୍ପିଆଡ୍‌-୨୦୧୮‌େର ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଏହାସହ ସେ କେଭିପିୱାଇ-୨୦୧୮‌େର ୧୧ତମ ରୢାଙ୍କ ହାସଲ କରିଥିଲେ।

ଶିବାଶିଷଙ୍କ ଘର ବାଲେଶ୍ବର ଜିଲ୍ଲାର ନୂଆଗାଁରେ। ତାଙ୍କ ପିତା ଗୋପିନାଥ ନାୟକ ଭୁବନେଶ୍ବର ପାଣିପାଗ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ଶିବାଶିଷଙ୍କ ସଫଳତା ପାଇଁ ସ୍କୁଲର ଚେୟାରମ୍ୟାନ୍ ବିଜୟ କୁମାର ସାହୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର