ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ : ଓଡ଼ିଶାର ଗୌତମ ଦାସ ରାଜ୍ୟ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଓଡ଼ିଶାର ଗୌତମ ଦାସ ରାଜ୍ୟ ଟପ୍ପର ହୋଇଛନ୍ତି। ଜେଇଇ ମେନ୍‌ ପରୀକ୍ଷା ଏନ୍‌ଟିଏ ପକ୍ଷରୁ ଫେବୃଆରି ୨୪ରୁ ୨୬ ତାରିଖ ମଧ୍ୟରେ ହୋଇଥିଲା। ଇଞ୍ଜିନିୟରିଂରେ ବ୍ୟାଚଲର ଡିଗ୍ରି ଏବଂ ବିଟେକରେ ନାମଲେଖା  ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ୬ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର