ଭୁବନେଶ୍ବର: ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ବି.ଟେକ୍ ଓ ବି.ଆର୍କିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ ରୢାଙ୍କକୁ ଏଥର ବି ବାଧ୍ୟତାମୂଳକ କରାଯାଇଛି। ସର୍ବଭାରତୀୟସ୍ତରରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ)ଦ୍ବାରା ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପରୀକ୍ଷାରେ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ହିଁ ଉକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ଲାଗି ସୁଯୋଗ ପାଇବେ। ୨୦୧୯ରେ ଦୁଇଥର ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଛାତ୍ରଛାତ୍ରୀ ଏଥିପ୍ରତି ଧ୍ୟାନ ଦେବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି ଯେ ଏନ୍ଟିଏ ଜେଇଇ ମେନ୍ ପରୀକ୍ଷା ପରିଚାଳନା କରିବ। ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଜାନୁଆରି ୬ରୁ ୨୦ ମଧ୍ୟରେ ହେବ। ଏଥିପାଇଁ ନାମ ପଞ୍ଜୀକରଣ ଶେଷ ହୋଇଛି। ଗତ ସେପ୍ଟେମ୍ବର ୧ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ୩୦ ହଜାରରୁ ଅଧିକ ପଞ୍ଜୀକରଣ କରିଛନ୍ତି। ସେହିପରି ଏପ୍ରିଲ ୬ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଫେବ୍ରୁଆରି ୮ରୁ ମାର୍ଚ୍ଚ ୭ ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ପଞ୍ଜୀକରଣ କରିପାରି ନାହାନ୍ତି ସେମାନେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ରହିବେ। ବି.ଟେକ୍, ବି.ଆର୍କିଟେକ୍ ସହ ଭୁବନେଶ୍ବରସ୍ଥିତ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ରେ ଇଣ୍ଟିଗ୍ରେଟେଡ୍ ଏମ୍.ଏସ୍ସି ପାଠ୍ୟକ୍ରମରେ ନାମଲେଖା ପାଇଁ ବି ଜେଇଇ ମେନ୍ ରୢାଙ୍କର ଆବଶ୍ୟକତା ରହିଛି।
ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ରୢାଙ୍କ ବାଧ୍ୟତାମୂଳକ
/sambad/media/post_attachments/wp-content/uploads/2018/07/ojee-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)