ଉନ୍ମୋଚନ ହେଲା ମୟୂରଭଞ୍ଜ ପ୍ରିମିୟର ଲିଗ ‘ଲୋଗୋ’ ଓ ‘ଜର୍ସି’

ବାରିପଦା: ସଦ୍ୟ ସମାପ୍ତ ହୋଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ଭାରତରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକପ୍ରିୟତାରେ ନମ୍ବର ୱାନ ବୋଲି ଉଭୟ ବିଜେଡି ଓ ବିଜେପି ଦାବି କରୁଥିବା ବେଳେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ମୁଖ୍ୟମନ୍ତ୍ରୀ ନବୀନଙ୍କ ନିମନ୍ତେ ସତର୍କ ଘଣ୍ଟି ହୋଇଛି । ଏଠି ସହିତ ଗତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଲୋକସଭା ଆସନ ସହିତ ୯ ବିଧାନସଭା ଆସନରୁ ବିଜେପିକୁ ୬ଟି ଆସନରେ ଜିତାଇ ଥିଲେ । ବିଶେଷ କରି ଯୁବ ଗୋଷ୍ଠୀ ବିଜେପି ମୁହାଁ ହୋଇଥିବାରୁ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା ।  ଏଣୁ ମୟୂରଭଞ୍ଜରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜୁ ଜନତା ଦଳର ନୂଆଁ ରଣ କୌଶଳ ଆରମ୍ଭ କରିଛି। ଆଗାମୀ ପଂଚାୟତ ଓ ପୋୖରନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଆରମ୍ଭ କରିଛି ଖେଳ ରାଜନୀତି।ଏଥିପାଇଁ ଆଜି ବାରିପଦା ସହରରେ ଏକ ସାମ୍ବାଦିକ ସମମ୍ମିଳନୀ ମାଧ୍ୟମରେ ବିଧିବଧ ଭାବେ ଦଳ ପକ୍ଷରୁ ଏମପିଏଲ।  
କ୍ରୀଡ଼ା ପ୍ରତିଯୋଗିତାର ଲୋଗୋ ଓ  ଜର୍ସି ଉନ୍ମୋଚନ କରାଯାଇଛି। ଏଥିରେ ଫୁଟବଲ ଓ କ୍ରିକେଟ ଉଭୟ ଖେଳ ନେଇ ଆୟୋଜନ କରାଯାଇଛି।ଏହା ଜାନୁଆରି ୩୦ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୬ ତାରିଖ  ଯାଏଁ ପ୍ରତି ବ୍ଲକରେ ଆୟୋଜିତ ହେବ। ଏହାପରେ ଫେବ୍ରୁଆରି ୮ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ବିଜୟ ଲାଭ କରିଥିବାର ଦଳ ଗୁଡିକୁ ନେଇ ବାରିପଦା ଠାରେ କ୍ରିକେଟ ଓ ରାଇରଙ୍ଗପୁର ଠାରେ ଫୁଟବଲ ସେମି ଫାଇନାଲ ଓ ଫାଇନାଲ ଖେଳ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।ଏଥିରେ ଜିଲ୍ଲାର ୨୬ ଟି ବ୍ଲକ ରୁ ୮ ଟି ଲେଖାଏଁ ଫୂଟବଲ ଓ କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ। ଉଭୟ ଖେଳରେ  ବିଜୟ ଲାଭ କରିଥିବା ଦଳକୁ ଏକ ଲକ୍ଷ ଟଙ୍କା ଓ ଟ୍ରଫି ଦିଆଯିବ ନେଇ ସୂଚନା ରହିଥିବା ବେଳେ ରନର୍ସ ଅପ ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି ଆଜି ବିଜେଡି ପକ୍ଷରୁ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସଭାପତି ବ୍ୟମକେଶ ରାୟ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲାର ସାଂସଦ, ବିଧାୟକ ଏବଂ ତୁଙ୍ଗ ନେତା ମାନେ ଉପସ୍ଥିତ ରହିଥିଲେ। ସେପଟେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ତେବେ ଏହି ଖେଳ ରାଜନୀତି ଜିଲ୍ଲାର ରାଜନୀତିକୁ ସରଗରମ କରିଥିବା ବେଳେ ଆଗାମୀ ଦିନରେ ଏହା ବିଜେଡି ସଙ୍ଗଠନକୁ କିଭଳି  ଫଳପ୍ରଦ ହେବ ତାହା ଦେଖିବାକୁ ବାକି ରହିଛି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରାଜ କିଶୋର ଦାସ, ବାସନ୍ତୀ ହେମ୍ବ୍ରମ,ସଞ୍ଜୀବ ମଲ୍ଲିକ, ଚିନ୍ମୟ ସାହୁ, ସରୋଜିନି ହେମ୍ବ୍ରମ,ସାନନ୍ଦ ମାର୍ଣ୍ଡି, କୃଷ୍ଣାନନ୍ଦ ମହାନ୍ତି, ଅରୁଣ ବରାଡ଼ ପ୍ରମୁଖ ଉପସ୍ଥିତ ଥିିଲେ।
ସମ୍ବନ୍ଧିତ ଖବର