ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଛକ ନିକଟରେ ଥିବା ଏକ ଗହଣା ଦୋକାନରୁ ରବିବାର ସକାଳ ସାଢ଼େ ୮ଟା ବେଳେ ଜଣେ ଦୁର୍ବୃତ୍ତ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଥିବା ଏକ ବ୍ୟାଗ ନେଇ ଫେରାର୍ ହୋଇଥିବା ବରପାଲି ଥାନାରେ ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ, ବରପାଲି ଥାନା ଛକ ପାଖରେ ଥିବା ଦୀପକ ଜ୍ୱେଲେରି ଦୋକାନର ମାଲିକ ସ୍ଥାନୀୟ ସୁନାରୀପଡ଼ାର ବଜରଙ୍ଗୀ ପୃଷ୍ଟି ପ୍ରତି ଦିନ ଭଳି ଆଜି ସକାଳ ସାଢ଼େ ୮ଟା ସମୟରେ ଦୋକାନ ଖୋଲିଥିଲେ। ଅଳଙ୍କାର ଭର୍ତ୍ତି ଏକ ବ୍ୟାଗ୍କୁ ରଖି ଦୋକାନ ସଫା କରୁଥିବା ସମୟରେ ଜଣେ ଦୁର୍ବୃତ୍ତ ଦୋକାନକୁ ଆସି ଉକ୍ତ ଅଳଙ୍କାର ବ୍ୟାଗ୍କୁ ଧରି ବାଇକ୍ରେ ଅପେକ୍ଷା କରିଥିବା ତା ସାଥୀ ସହ ଫେରାର୍ ମାରିଥିଲା। ଏନେଇ ଦୋକାନ ମାଲିକ ଶ୍ରୀ ପୃଷ୍ଟି ବରପାଲି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ବ୍ୟାଗରେ ୭ ଗ୍ରାମ ସୁନା, ସାଢେ଼ ୫ କିଲୋ ରୂପା ଓ ନଗଦ ୧୫ ହଜାର ଟଙ୍କା ରହିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ସିସିଟିଭି କ୍ୟାମେରାର ଫଟୋ କଏଦ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/loot.jpg)