ଜୟପୁର ଜୋନ-୨ରେ ଜିତିଲା ବିଜେଡି

ଜୟପୁର:  ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ‌ର ଜିଲ୍ଲାପରିଷଦ ନିର୍ବାଚନରେ ଜୟପୁର ନିର୍ବାଚନମଣ୍ଡଳୀରେ ଗତକାଲି ଜୟପୁର ଜୋନ -୧ରେ ବିଜେଡି ପ୍ରାର୍ଥୀ ତପତି ପଟ୍ଟନାୟକ ଜିତିଥିବା ବେଳେ ଆଜି ଜୋନ -୨ ବି ବିଜେଡି ଖାତାକୁ ଯାଇଛି। ଜୟପୁର ବ୍ଲକର ଜୋନ -୨ରେ ବିଜେଡି ପ୍ରାର୍ଥୀ ଆସ୍ଥା ନାୟକ ୧୦୬୪ଖଣ୍ଡ ଅଧିକା ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜୟନ୍ତି ପନକାଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ଆସ୍ଥା ୯୯୪୬ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ୮୮୮୨ଖଣ୍ଡ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ଦୁତିକା ପାଟନିଆ୧୭୯୩ଖଣ୍ଡ ଭୋଟ ପାଇଥିଲେ।

ସ୍ବାଧୀନପ୍ରାର୍ଥୀ ଅନାରକେଲି ହରିଜନ ୩୫୮ଖଣ୍ଡ ଭୋଟ ପାଇଥିବା ବେଳେ ୧୭୯୩ଖଣ୍ଡ ଭୋଟ ନାକଚ ହୋଇଛି। ଜୋନ-୨ରେ ଥିବା ଅନ୍ତା, ଉମୁରୀ, ଏକମ୍ବା, ଟାଙ୍କୁଆ, ଡଙ୍ଗରଚିଂଛି, ପାମ୍ପୁଣୀ ଓ ବାଲିଆ ଏଭଳି ୭ଟି ପଂଚାୟତର ଭୋଟ ଗଣତି କରାଯାଇଥିଲା। ପିଡ଼ି ଡିଆରଡିଏ ହେମକାନ୍ତ ସୟ, ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ସୂରଜ ପଟ୍ଟନାୟକ, ଜିପିଇଓ କ୍ଷୀତିଶ ଚନ୍ଦ୍ର ଦାଶ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର ପ୍ରମୁଖ ଭୋଟ ଗଣତିର ପରିଚାଳନା କରିଥିଲେ।

କଲେଜ ସମ୍ମୁଖ ଗେଟ ପାଖରେ  ତିନି ଦଳର ସମର୍ଥକଙ୍କ ଭୀଡ଼ ଜମା ହୋଇ ରହିଥିଲା। ଏସଡିପିଓ ଅରୁପ ଅଭିଶେଖ ବେହେରା, ସଦରଥାନା ଆଇଆଇସି ଇଶ୍ବର ତାଣ୍ଡି ଓ ଟାଉନଥାନାର କର୍ମଚାରୀ ମାନେ ସଦଳବଳ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଗତ କାଲି ଭଳି ଆଜି ସଂଧ୍ୟାରେ ବି ଜାତୀୟ ରାଜପଥ ଉପରେ ପ୍ରବଳ ଭୀଡ଼ ଦେଖିବାକୁ ମିଳିଥିଲା।  ସ୍ବାଧୀନ ଜିଲ୍ଲାପରିଷଦ ପ୍ରାର୍ଥୀ ନିଜର ‌ଏଜେଣ୍ଟ ପ୍ରବେଶ ପରିଚୟ ପତ୍ର କରି ନଥିବାରୁ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ମାନେ ଗଣତି କକ୍ଷକୁ ଛାଡ଼ି ନଥିଲେ। ଏହାକୁ ନେଇ ସେ ପ୍ରତିକ୍ରୀୟା ପ୍ରକାଶ କରିବା ସହ ଛାଡ଼ିବାକୁ ଜିଦ୍ ଧରିଥିଲେ। ପରେ ତାଙ୍କୁ ଭିତରକୁ ଅଳ୍ପ ସମୟ ପାଇଁ ଛଡାଯାଇଥିଲା। ୱାର୍ଡସଭ୍ୟ, ସରପଂଚ ଓ ସମିତିସଭ୍ୟଙ୍କ ଏଠାରେ ବିଜୟୀ ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରିବା ପରେ ସମର୍ଥକ ମାନେ ଆତସବାଜୀ ପୁଟାଇବା ସହ ନାଚ ଗୀତ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର