ଜୟପୁର: ଆଜି ଜୟପୁର ସହରରେ ଥିବା ପୁରୁଣା ଉପଖଣ୍ଡ ଚିକିତ୍ସାଳୟ(ଏସଡିଏଚ)ରେ ୧୫୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲକୁ ଲୋକାର୍ପଣ କରାଯାଇଛି। ଆଜି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ଲୋକନାଥ ଦଳବେହେପରା, ମେଡିକାଲ ଅଧୀକ୍ଷକ ରାମଚନ୍ଦ୍ର ମହାନ୍ତି, ସିଡିଏମଓ ମକରନ୍ଦ ବେଉରା, ପୂର୍ବ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ପୌର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ, ସାଉଥକୋର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ କୁମାର ଗୌଡଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଏହି କୋଭିଡ୍-୧୯ ହସ୍ପିଟାଲ୍ ଉଦଘାଟିତ ହୋଇଛି ।
ଏହି ହସ୍ପିଟାଲରେ ୧୫୦ଟି ବେଡ୍ ସହ ୩ଟା ଭେଣ୍ଟିଲେଟର, ୨୦ଟି ବେଡ୍ ବିଶିଷ୍ଟ ଆଇସିୟୁ ରହିଥିବାବେଳେ ପଜିଟିଭଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ଓ ଅବଜର୍ଭ ୱାର୍ଡ ରହିଛି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରହିବାକୁ ବ୍ୟବସ୍ଥା ରହିଛି। ଡାକ୍ତରମାନେ ରହିବାକୁ ହୋଟେଲ ପ୍ରିନସେସ ଓ ଅପସରା ହୋଟେଲକୁ ବ୍ୟବସ୍ଥା କରାଯାଇଥିବା ବେଳେ ନବନିର୍ମିତ ବିକ୍ରମଦେବ କଲେଜର ବାଳିକା ହଷ୍ଟେେଲରେ ପାରାମେଡିକାଲ ଷ୍ଟାଫଙ୍କୁ ରଖାଯିବାକୁ ଆପତତଃ ସ୍ଥିର ହୋଇଛି।
ଏନେଇ ପୂର୍ବରୁ ଜିଲ୍ଲା ମେଡିକାଲରେ ଆଇସେଲେସନ ୱାର୍ଡ ରହିଥିବାବେଳେ ଜୟପୁରରେ ଥିବା ଗ୍ଲୋକାଲ ହସ୍ପିଟାଲକୁ କେବଳ କୋଭିଡ ପାଇଁ ବ୍ୟବହାର କରିବାକୁ ଯୋଜନା କରାଯାଇଥିଲା। ଏଥିନେଇ ଭିତ୍ତିଭୂମି ଯାଞ୍ଚ ଶେଷ ହୋଇଥିଲାବେଳେ ଏହାକୁ ବାଦ ଦେଇ ପୁରୁଣା ହସ୍ପିଟାଲକୁ ଏଥିରେ ସମ୍ପୃକ୍ତ କରାଯାଇଛି।
/sambad/media/post_attachments/wp-content/uploads/2020/04/jey7-300x138.jpg)
କୋରାପୁଟରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ବହୁ ରୋଗୀ ନିର୍ଭର କରୁଥିଲାବେଳେ ଏହାକୁ ସୁରକ୍ଷିତ ରଖି ଅଲଗା ଭାବେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jey-1.jpg)