ମଞ୍ଜୁରି ମିଳିବାର ୧୦ ବର୍ଷ ପରେ ବି ନନ୍ଦପୁର ବ୍ଲକରେ ‌ହୋଇପାରିଲା ନାହିଁ ଜେଏମଏଫସି କୋର୍ଟ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମାରେ ଜେଏମଏଫସି କୋର୍ଟ ସ୍ଥାପନ ନେଇ ଦୀର୍ଘ ୧୦ ବର୍ଷ ତଳେ ସରକାରୀ ସ୍ତରରେ ମଞ୍ଜୁର ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ଥାପନ ହୋଇପାରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ସୂଚନା ଯୋଗ୍ୟ କି ନନ୍ଦପୁର ସଦର ମହକୁମାରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ୨୦୦୮ ମସିହାରେ ସରକାରୀ ସ୍ତରରେ ମଞ୍ଜୁର ହୋଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ତେବେ ସ୍ଥାନୀୟ ପୁରୁଣା ବ୍ଲକ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟ ଚାଲୁ ପାଇଁ କୋଠା ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଆରମ୍ଭ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ସ୍ତରରେ ଦୀର୍ଘ ୧୦ ବର୍ଷ ତଳେ କୋର୍ଟ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ କୋର୍ଟ ସ୍ଥାୟୀ କିମ୍ବା ଅସ୍ଥାୟୀ କୋଠାରେ ଆରମ୍ଭ ହୋଇପାରିନଥିବାରୁ ସ୍ଥାନୀୟ ଅଞ୍ଚଳର ନିରୀହ ଆଦିବାସୀ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିବା ପ୍ରକାଶ କରିଛନ୍ତି। ଶୀଘ୍ର କୋର୍ଟ ସ୍ଥାପନ ପାଇଁ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର