ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ଗୁଣ୍ଡୁରିଆ ଠାରେ ୧୯୪୯ ମସିହା ଫେବ୍ରୁଆରୀ ୬ ତାରିଖରେ ସହିଦ ହୋଇଥିବା ଭଞ୍ଜମାଟିର ସୁପତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର ରାଞ୍ଚି ବିମାନ ବନ୍ଦରରୁ ହେଲିକପଟର ଯୋଗେ ବାହାରି ରାଇରଙ୍ଗପୁର ମହୁଲଡିହା ସ୍ଥିତ ଖେଳ ପଡିଆ ଠାରେ ମଧ୍ୟାହ୍ନ ୧୨ଟା ସମୟରେ ଅବତରଣ କରିବେ। କଡା ସୁରକ୍ଷା ମଧ୍ୟରେ ପ୍ରଥମେ ସେ ଗୁଣ୍ଡୁରିଆ ସହିଦ ସ୍ଥଳକୁ ଏକ ସ୍ୱତନ୍ତ୍ର କାର ଯୋଗେ ବାହାରିବେ।
ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଇରଙ୍ଗପୁର ବ୍ଲକ ପଡିଆଠାରେ ଏକ ବିଶାଳ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଜେଏମ୍ଏମ୍ର କେନ୍ଦ୍ରୀୟ ଅଧକ୍ଷ ଗୁରୁଜୀ ଶିବୁ ସୋରେନ୍, ମନ୍ତ୍ରୀ ଚାମ୍ପାଇ ସୋରେନ, ଓଡିଶା ରାଜ୍ୟର ଜେଏମ୍ଏମ୍ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ପ୍ରମୁଖ ଯୋଗଦେବେ। ଅପରାହ୍ନ ୪ଟାରେ ପୁଣି ହ୍ୟାଲିକପଟର ଯୋଗେ ରାଞ୍ଚି ଅଭିମୁଖେ ଗସ୍ତ କରିବେ ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Screenshot_2023-02-05-20-23-13-90_40deb401b9ffe8e1df2f1cc5ba480b12.jpg)