ଯାଜପୁରସଦର : ଯାଜପୁର ବ୍ଲକ ଉପରବରୁଆଁ ପଞ୍ଚାୟତ କେତକୀକିଆଁ ନିକଟରେ ଥିବା ମା’ ମହାମାୟାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ମାନସିକଧାରୀ ସାମିଲ ହୋଇଥିଲେ। ଗୁରୁବାର ଚୈତ୍ର ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷରୁ ମା’ ମହାମାୟାଙ୍କ ସ୍ନାନ କରାଯିବା ପରେ ବଡ଼ସିଂହାର ବେଶ କରାଯାଇଥିଲା। ଏହି ଝାମୁଯାତ୍ରା ସ୍ୱର୍ଗତ ବିଶ୍ୱଗୁରୁ ହରେକୃଷ୍ଣ ସିଂହଙ୍କ ସମୟରୁ ହୋଇଆସୁଛି। ପରେ ସଦ୍‌ଗୁରୁ ସ୍ୱର୍ଗତ ବୈଷ୍ଣବ ଚରଣ ଦାସ ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରି ଆସୁଥିଲେ। ଏବେ ନୃସିଂହଚରଣ ଦାସ ଓ ଗୋଲଖ ବିହାରୀ ନନ୍ଦ ଏହାକୁ ପରିଚାଳନା କରିଆସୁଛନ୍ତି।

Advertisment

ଝାମୁଯାତ୍ରାରେ ବହୁ ମାନସିକଧାରୀ ପୁରୁଷ ଓ ମହିଳା ଯୋଗ ଦେଇଥିବାବେଳେ ଅନେକ ଭକ୍ତ କୃଚ୍ଛ୍ର ସାଧନା ସ୍ବରୂପ ନିଆଁରେ ଚାଲିଥିଲେ। ଏ ଅବସରରେ ମା’ଙ୍କ ସ୍ୱତନ୍ତ୍ର ନୀତି ଅନୁସାରେ ପୂଜା ପଣା ବଣ୍ଟନ କରାଯାଇଥିଲା।