ଦଶରଥପୁର: ଦଶରଥପୁର ବ୍ଲକର ଜୁନିଦା ଗ୍ରାମରେ ଥିବା ଶାରଳା ପୀଠରେ ପ୍ରସିଦ୍ଧ ଝାମୁଯାତ୍ର ଅନୁଷ୍ଠିତ ହୋଇଯାଇଛି। ୩୬ ବର୍ଷରୁ ଊର୍ଦ୍ଧ୍ବ ହେବ ହୋଇଆସୁଥିବା ଏହି ଯାତ୍ରାରେ ଗ୍ରାମର ଶାରଳା ପୂଜକ ଶାରଦା ଦାସ ମା’ଙ୍କ ବିଗ୍ରହକୁ ମୁଣ୍ଡାଇ ନିଆଁରେ ନାଚିଥିଲେ। ଗତକାଲିଠାରୁ କଳସ ଯାତ୍ରା, ଶୁଭାଧିବାସ, ଗୋ ପୂଜା, ଯଜ୍ଞ ଆଦି ଆରମ୍ଭ ହୋଇଥିଲା। ଆଜି ପ୍ରସିଦ୍ଧ ଝାମୁଯାତ୍ରା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ତିନିଦିନଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଝଙ୍କଡ଼ ଶାରଳା ପୀଠରୁ ଆସିଥିବା ଭକ୍ତଙ୍କ ଘଣ୍ଟନୃତ୍ୟ ପରିବେଷଣ ଅନ୍ୟତମ ଆକର୍ଷଣ। ଶାରଦା ଦାସ ଘଣ୍ଟର ତାଳେତାଳେ ଖଣ୍ଡା ନାଚ, ତ୍ରିଶୁଳ ନାଚ ସହିତ ମା’ଙ୍କ ବିଗ୍ରହକୁ ମୁଣ୍ଡାଇ ନାଚ କରିଥିଲେ। ଏହାପରେ ଅଗ୍ନିକୁଣ୍ଡରେ ନାଚ କରି ସମସ୍ତଙ୍କୁ ଅଭିଭୂତ କରିଥିଲେ।
ଅନ୍ୟପଟେ ୭ ଦିନ ବ୍ୟାପୀ ୧୦୮ ବ୍ରହ୍ମଣଙ୍କୁ ସମ୍ବର୍ଦ୍ଧନା, ଚଣ୍ଡୀପାଠ, ଘଣ୍ଟ ନୃତ୍ୟ (କାକଟପୁର ମା’ ଶାରଳା ପୀଠ), ନାମଯଜ୍ଞ ଆଦି କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ଆଗମନ ହୋଇଛି। ପ୍ରାୟ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଅନୁମାନ କରାଯାଉଛି। ପଣ୍ଡିତ ଶମ୍ଭୁନାଥ ମିଶ୍ର, ବାସୁଦେବ ଦାସ, ରଂଜନ ମାଝି, ସତ୍ୟବ୍ରତ ସାହୁ, ରଶ୍ମିରଂଜନ ଜେନା, ରମାକାନ୍ତ ସାହୁ , ହୃଦାନନ୍ଦ ସାହୁ , କୁଶ ମଲ୍ଲିକ, ରଂଜନ କୁଅଁର, ମିହିର ସାହୁ, ପ୍ରବୀର ଜେନା, ସୁମିତ୍ରା ସାହୁ, ସୁଶାନ୍ତ ବେହୁରିଆ, ବାପି ସାହୁ, ଲୋକନାଥ ସାହୁ, ଦିଲୀପ ସାହୁ, ଉମାକାନ୍ତ ସାହୁ ଝାମୁଯାତ୍ର ପରିଚାଳନା କରୁଛନ୍ତି। ଜଗନ୍ନାଥ ଯୁବ ପରିଷଦ ପକ୍ଷରୁ ଜଳଛତ୍ର ଖୋଲାଯିବ ସହ ଭିଡ଼ ନିୟନ୍ତ୍ରଣ କରାଯାଇଛି।
Follow Us