ଝରିଗାଁ: ଇଣ୍ଡିଆ ବୁକ ଅଫ୍ ରେକର୍ଡସ୍ରେ ଅଂଶଗ୍ରହଣ କରି ପ୍ରାୟ ୩ ବର୍ଷ ବୟସର ଓଡ଼ିଆ ଝିଅ ଆର୍ଯ୍ୟାଜିତା ନାୟକ ସଫଳତା ହାସଲ କରିଛନ୍ତି। ବୟସ ତୁଳନାରେ ଅସାଧାରଣ ପ୍ରତିଭା ଯୋଗୁଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ମାନପତ୍ର ଓ ପଦକ ଦେଇ ସମ୍ମାନିତ କରାଯାଇଛି। ନବରଂଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ ଡାକ୍ତର ଦମ୍ପତି ଜିତେନ୍ଦ୍ର କୁମାର ନାୟକ ଓ ଅରୁଣା ଗେନ୍ଙ୍କ ୨ବର୍ଷ ୧୧ ମାସର କୁନିଝିଅ ଆର୍ଯ୍ୟାଜିତା ନାୟକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ଅଂଶଗ୍ରହଣ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପରିବାର ଓ ଝରିଗାଁ ବ୍ଲକ ପାଇଁ ଗୌରବ ଆଣିଦେଇଛି।
/sambad/media/post_attachments/wp-content/uploads/2023/11/aaa16691-902f-4a6f-a766-4a04717f481c-1024x576.jpeg)
ଏହି ପରୀକ୍ଷା ଦେବା ପାଇଁ ଉଭୟ ଦମ୍ପତି ଆର୍ଯ୍ୟାଜିତାଙ୍କୁ ଏକ ବର୍ଷ ହେବା ପର ଠାରୁ ପ୍ରସ୍ତୁତ କରାଇଥିଲେ। ଉକ୍ତ ପରୀକ୍ଷାରେ ୧୦ଗୋଟି ବିପରୀତଅର୍ଥ ବୋଧକ ଶବ୍ଦ, ୧୧ଟି ଜାତୀୟ ଚି଼ହ୍ନ,୧୪ଟି ରଙ୍ଗ, ୧୪ଟି ଆକୃତି, ୩୨ଟି ଫଳ, ୨୮ପ୍ରକାର ପନିପରିବା,୨୭ଟି ପକ୍ଷୀ, ୭୫ଟି ଜୀବଜନ୍ତୁ, ୯ଟି ବଡ଼ ଜୀବ, ମାନବ ଶରୀରର ୨୦ଟି ଅଂଶ, ୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟା ଗଣନା, ସପ୍ତାହର ୭ଟି ବାର, ବର୍ଷର ୧୨ମାସର ନାମ, ୮ଟି ଗ୍ରହର ନାମ, ୧୦ଟି ସାଧାରଣ ଜ୍ଞାନ, ୯ଟି ଶ୍ଳୋକ ଆବୃତ୍ତି, ୧୫ଟି ନର୍ସରୀ ପଦ୍ୟାଂଶ, ଇଂରାଜୀ ବର୍ଣ୍ଣମାଳା, ଓଡ଼ିଆ ବର୍ଣ୍ଣମାଳା ଓ ହିନ୍ଦୀ ବର୍ଣ୍ଣମାଳା ପ୍ରମୁଖ ପରୀକ୍ଷାରେ ନିର୍ଭୁଲ ଭାବେ କହି ଏହି ମାନପତ୍ର ହାସଲ କରିଛନ୍ତି। ଝିଅ ଭଲ ପଢିବା ସହିତ ଭଲ ବକୃତା ଦିଏ ଓ ଭଲ ନୃତ୍ୟ ମଧ୍ୟ କରେ ବୋଲି ଆର୍ଯ୍ୟାଜିତାଙ୍କ ପିତା ଜିତେନ୍ଦ୍ର କୁମାର ନାଏକ କହିଛନ୍ତି। ଏହି କୃତିତ୍ୱ ହାସଲ କରିବା ପରେ କୁନି ଝିଅକୁ ବିଭିନ୍ନ ମହଲରେ ପ୍ରସଂଶାର ସୁଅ ଛୁଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/a4ef5862-8063-48c7-a6bd-2a4877399577.jpeg)