ଘଟଗାଁ : ଝାରଖଣ୍ଡ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ତଥା ଡୁମକା ମ୍ୟୁନିସିପାଲିଟିର ପୂର୍ବତନ ମେୟର ଅମିତା ରକ୍ଷିତ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଗୁରୁବାର ଦିନ କେନ୍ଦୁଝରର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ୧୪୪ ଟି ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରବାସ ଯୋଜନା ଆରମ୍ଭ କରିଛି। ଗତକାଲି ଯାଜପୁର ରୋଡ ରେଳ ଷ୍ଟେସନରେ ଶ୍ରୀମତୀ ରକ୍ଷିତ ପହଞ୍ଚିବା ପରେ କେନ୍ଦୁଝର ମହିଳା ମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଗତକାଲି ରାତିରେ ଘଟଗାଁ ପିଡବ୍ଲୁଡି ବଙ୍ଗଳାରେ ରାତ୍ରି ଯାପନ କରିଥିବା ବେଳେ ଗୁରୁବାର ସକାଳୁ ମା’ ତାରିଣୀଙ୍କ ଦର୍ଶନ କରିବା ପରେ ଘଟଗାଁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭୀମସେନ ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାନେତ୍ରୀ ମମିତା ନାଏକ, ଜିଲ୍ଲା ସମ୍ପାଦକ ଇଂ. ଦୀପକ ଜେନା, ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ରୁଦ୍ରପ୍ରସାଦ ବେହେରା, ଉପରଡିହା ସରପଞ୍ଚ ରିମା ନାଏକ, ସମିତି ସଭ୍ୟା ପାର୍ବତୀ ବାର୍ଲା, ଯୁବ ମୋର୍ଚ୍ଚା ସଂଯୋଜକ ସୁମନ୍ତ ସାହୁ, ପ୍ରୀତମ ମହାପାତ୍ର, ଶିରପାଣି ମହାନ୍ତ, ଶରତ ବେଜ, ମକରଧ୍ୱଜ ବେହେରା, ରଞ୍ଜନ ପାତ୍ର, ଶରତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।