ପୁରୀ: ଝାଡ଼ଖଣ୍ଡରେ ଅପରାଧ ଭିଆଇ ପୁରୀରେ ଆତ୍ମଗୋପନ କରିଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଝାଡ଼ଖଣ୍ଡ ପୁଲିସ ସମୁଦ୍ରକୂଳ ଥାନା ପୁଲିସ ସହାୟତାରେ ଗିରଫ କରିଛି। ଗତ ନିର୍ବାଚନ ସମୟରେ ଝାଡ଼ଖଣ୍ଡରେ ଜଣେ ନେତାଙ୍କୁ ବନ୍ଧୁକ ଦେଖାଇ କେତେକ ଦୁର୍ବୃତ୍ତ ଦାଦାବଟି ମାଗିଥିଲେ। ଅଭିଯୋଗ ଆଧାରରେ ଝାଡ଼ଖଣ୍ଡ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ବିଭିନ୍ନ ରାଜ୍ୟ ବୁଲି ଶେଷରେ ଅଭିଯୁକ୍ତମାନେ ପୁରୀରେ ଆସି ଆତ୍ମଗୋପନ କରିଥିଲେ। ଗତ ମଙ୍ଗଳବାର ଦିନ ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳର ରାଜା କୁମାର ପାସୱାନ୍ ଓ ସୁନୀଲ କୁମାର ମୋଚିସାହିସ୍ଥିତ ଏକ ଲଜ୍ରେ ଆସି ରହିଥିଲେ। ପରେ ସେମାନେ ପ୍ରାୟ ୧୦ ଜଣ ଅପରାଧୀଙ୍କୁ ପୁରୀକୁ ଡକାଇଥିଲେ। ଏଠାରେ ସେମାନେ ନୂଆ ମୋବାଇଲ ଫୋନ୍, ସିମ୍କାର୍ଡ ଆଦି କିଣି ତାକୁ ବ୍ୟବହାର କରୁଥିଲେ। ସୂଚନା ପାଇବା ପରେ ଝାଡ଼ଖଣ୍ଡ ପୁଲିସ ପୁରୀର ଏକ ଲଜ୍ରେ ରହି ଅପରାଧୀମାନଙ୍କ ମୋବାଇଲକୁ ଟ୍ରାକିଂ କରିବା ସହ ସେମାନେ ମୋଚିସାହିସ୍ଥିତ ଲଜ୍ରେ ରହୁଥିବା ଜାଣିବାକୁ ପାଇଥିଲା। ଆଜି ପୂର୍ବାହ୍ଣରେ ପୁରୀ ସମୁଦ୍ରକୂଳ ଥାନା ପୁଲିସ ସହଯୋଗରେ ଝାଡ଼ଖଣ୍ଡ ପୁଲିସ ସେଠାରେ ଚଢ଼ଉ କରିବାବେଳେ ୫ ଜଣ ଧରାପଡ଼ିଥିଲେ। ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।
ପୁରୀରେ ୫ ଅପରାଧୀଙ୍କୁ ମାଡ଼ିବସିଲା ଝାଡ଼ଖଣ୍ଡ ପୁଲିସ
ଝାଡ଼ଖଣ୍ଡରେ ଅପରାଧ ଭିଆଇ ପୁରୀରେ ଆତ୍ମଗୋପନ କରିଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଝାଡ଼ଖଣ୍ଡ ପୁଲିସ ସମୁଦ୍ରକୂଳ ଥାନା ପୁଲିସ ସହାୟତାରେ ଗିରଫ କରିଛି। ଗତ ନିର୍ବାଚନ ସମୟରେ ଝାଡ଼ଖଣ୍ଡରେ ଜଣେ...
/sambad/media/media_files/2024/12/20/R1LDIP4mm1TRLPTDMS8A.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)