ବ୍ୟାସନଗର : ବ୍ୟାସନଗର ପୌରାଞ୍ଚଳ ଚାନ୍ଦମା ଗ୍ରାମର ଜଣେ ଯୁବକକୁ ଝାଡ଼ଖଣ୍ତ ପୁଲିସ ଉଠାଇ ନେଇଛି। ଝାଡ଼ଖଣ୍ତ ଅଞ୍ଚଳର ଜନୈକା ମହିଳା ଓ ତାଙ୍କ ୧୫ ବର୍ଷର ଝିଅକୁ ଅଭିଯୁକ୍ତ ଚାନ୍ଦମା ଗ୍ରାମର ପ୍ରଶାନ୍ତ ଦାସ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଝାଡ଼ଖଣ୍ଡ ପୁଲିସର ଏକ ଟିମ୍‌ ଯାଜପୁରରୋଡ ପୁଲିସ ସହଯୋଗରେ ଗତକାଲି ପ୍ରଶାନ୍ତକୁ ଗିରଫ କରିଥିଲା।

Advertisment

ଚାନ୍ଦମା ଗ୍ରାମର ପ୍ରଶାନ୍ତ ନହକାରେ ସାନିଟାରି ଦୋକାନ କରିଥିବା ବେଳେ ନହକା ଅଞ୍ଚଳରେ ଭଡ଼ାରେ ରହୁଥିବା ଝାଡ଼ଖଣ୍ତ ଅଞ୍ଚଳର ଜନୈକା ମହିଳାଙ୍କ ସହ ସ˚ପର୍କ ରଖିଥିଲେ। ମହିଳାଙ୍କ ସ୍ବାମୀ ଜିନ୍ଦଲ କାରଖାନାର କର୍ମଚାରୀ ହୋଇଥିବା ବେଳେ ସେ କିଛିଦିନ ତଳେ ଚାକିରି ଛାଡ଼ି ଝାଡ଼ଖଣ୍ତ ପଳାଇ ଯାଇଥିଲେ। ତେବେ ପ୍ରଶାନ୍ତ ଗତ ଦୁଇମାସ ତଳେ ବିବାହର ଲୋଭ ଦେଖାଇ ତାଙ୍କ ୧୫ ବର୍ଷର ଝିଅସହ ଏହି ମହିଳାଙ୍କୁ ଅପହରଣ କରି ନେଇଆସିଥିଲା ବୋଲି ଝାଡଖଣ୍ତର ଜର୍ସିଡ଼ ଥାନାରେ ସ୍ବାମୀ ଅଭିଯୋଗ କରିଥିଲେ।

ଗତକାଲି ଜର୍ସିଡ଼ ଥାନା ଏଏସଆଇ ଆର. କେ. ସି˚ଙ୍କ ନେତୃତ୍ବରେ ଏକ ଟିମ୍‌ ଯାଜପୁରରୋଡ ଥାନାରେ ପହଞ୍ଚିଥିଲେ। ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ଏଏସଆଇ ପୃଥୀରାଜ ମିଶ୍ର ଓ ଝାଡ଼ଖଣ୍ତ ପୁଲିସ ଅଭିଯୁକ୍ତ ପ୍ରଶାନ୍ତକୁ ନହକା ଦୋକାନରୁ ଉଠାଇ ନେଇଥିଲେ। ପରେ ଅପହରଣ କରି ରଖିଥିବା ମା' ଓ ଝିଅଙ୍କୁ ଧବଳଗିରି ଭଡ଼ାଘରୁ ଉଦ୍ଧାର କରାଯାଇଥିଲା। ଆଜି ଝାଡ଼ଖଣ୍ତ ପୁଲିସ ଅଭିଯୁକ୍ତ ପ୍ରଶାନ୍ତକୁ ଯାଜପୁରରୋଡ କୋର୍ଟରେ ହାଜର କରିବା ପରେ ରିମାଣ୍ତରେ ନେଇଥିବା ଥାନା ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।