ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଝାଡ଼ଖଣ୍ଡର ଯୁବକ  ଉଦ୍ଧାର   

ଗୋପାଳପୁର : ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଝାଡ଼ଖଣ୍ଡ ରାଜ୍ୟର ଇବ୍ରାର ଅଂଶାରୀ(୨୪) ନାମକ ଜଣେ ଯୁବକ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଉପସ୍ଥିତ ଲାଇଫ୍ ଗାର୍ଡ଼ ଉଦ୍ଧାର କରିଥିବା ଜଣାଯାଇଛି। ଝାଡ଼ଖଣ୍ଡ ଧାନବାଦ ଅଞ୍ଚଳର ୫ ଜଣ ସାଂଗ ସମୁଦ୍ରରେ ଗାଧୋଉଥିବା ବେଳେ ଇବ୍ରାର୍‌ ହଠାତ୍‌ ଭାସିଯାଇ ପ୍ରାୟ ୧୦୦ ମିଟର ଦୂରକୁ ଚାଲିଯାଇଥିଲେ।

ଏହି ସମୟରେ ବେଳାଭୂମିରେ ଲାଇଫ୍‌ ଗାର୍ଡ଼ ଡ୍ୟୁଟିରେ ଥିବା ଜି. ଚିଟି ବାବୁ ସମୁଦ୍ର ଭିତରକୁ ଯାଇ ଇବ୍ରାରକୁ ଉଦ୍ଧାର କରିଥିଲେ। ଇବ୍ରାରଙ୍କ ଅବସ୍ଥା ଗୁରୁତର ଥିବାରୁ ଗୋପାଳପୁର ଏନ୍‌ଏସିର କର୍ମଚାରୀ ବସନ୍ତ ନାୟକ, ଲିବୁ ନାୟକ, ଏସ୍‌. ଗୋପାଲି ତୁରନ୍ତ ଗୋପାଳପୁର ମେଡ଼ିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗୋପାଳପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର କୁଜୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ବେଳେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର