ବିଶୋଇ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନ ସରଗଡା ବନାଞ୍ଚଳରେ ପୁଣି ଥରେ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରଵ ଦେଖିବାକୁ ମିଳିଛି। ଗତ ୪ ଦିନ ଧରି ଏହି ଅଞ୍ଚଳରେ ୨୩ ଖଣ୍ଡ ହାତୀପଲଙ୍କ ଆତଙ୍କ ଲାଗି ରହୁଥିବାରୁ ବନବିଭାଗର ଏକପ୍ରକାର ନିଦ ହଜି ଯାଇଛି।
ସୂଚନାଥାଉକି, ଗତ ୪ ଦିନ ପୂର୍ବରୁ ୧୭ ଗୋଟି ହାତୀକୁ ନେଇ ଏକ ଝାଡ଼ଖଣ୍ଡୀ ହାତୀପଲ ଶଙ୍ଖାଭଙ୍ଗା ଦେଇ ପ୍ରବେଶ କରି ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳରେ ପ୍ରବେଶ କରିଥିଲେ।ପରେ, ଉକ୍ତ ହାତୀପୋଲ ଏହି ବନାଞ୍ଚଳର ହେଁସେଲବେଡା, ହାତୀଛାଡ଼, କାରାମବେଡା, କଁଳାପାଟପାଟ ଦେଇ ସରଗଡା ବନାଞ୍ଚଳର ସରାଳି ସଂରକ୍ଷିତ ଜଙ୍ଗଲ ଭେଜିଡ଼ିହି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଅଛନ୍ତି।ତେବେ, ୨ ଦନ୍ତା, ୪ ହାତୀ ଶାବକ ଓ ୧୧ ମାଈ ହାତୀକୁ ସମୁଦାୟ ୧୭ ଗୋଟି ହାତୀକୁ ନେଇ ଏହି ହାତୀପଲ ଭେଜିଡ଼ିହି ଗ୍ରାମ ନିକଟରେ ୪ ଦିନ ଧରି ରହିବା ସହିତ ଆମ୍ବ, ପଣସ ଖାଇବା ଆଶାରେ ଜନ ବସତି ମଧ୍ୟରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2023/05/275750b1-d5f9-4552-8131-5345c39f3e15-1024x576.jpg)
ଝାଡ଼ଖଣ୍ଡୀ ହାତୀପଲ ସମେତ କଁଳାପାଟ ସଂରକ୍ଷିତ ଜଙ୍ଗଲରେ ଥିବା ଅନ୍ୟ ୬ ଗୋଟି ହାତୀକୁ ନେଇ ଏକ ହାତୀ ପୋଲ ସାନବାନ୍ଠା, ବଡ଼ବାନ୍ଠା, ସାରଣ୍ଡା ଗ୍ରାମ ନିକଟବର୍ତ୍ତୀରେ ଅଛନ୍ତି। ସମୁଦାୟ ଏହି ୨୩ ଗୋଟି ହାତୀ ଉପରେ ନଜର ରଖିବା ପାଇଁ ବନବିଭାଗକୁ ରାତି ଦିନ ଏକ କରିବା ପାଇଁ ପଡିଛି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନିକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟ୍ଟନାୟକ ଓ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରୋମଦ କୁମାର ସେଠୀଙ୍କ ବଳିଷ୍ଠ ତତ୍ତ୍ୱାବଧାନରେ ଜନବସତିଙ୍କୁ ହାତୀ ଦାୟରୁ ରକ୍ଷା ପାଇଁ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର ନେତୃତ୍ୱ ନେଇଛନ୍ତି।ବନପାଳ ଶ୍ରୀ ପତ୍ର ସମେତ ବନରକ୍ଷୀ ଲଳିତ ମହାନ୍ତ, ବନରକ୍ଷୀ ଜାଶ୍ମି ମାର୍ଣ୍ଡି, ପାରାଷ୍ଟାଫ ଜିତୁ ମାଝୀ, ଗୋବିନ୍ଦ ମୁଣ୍ଡା, ମଙ୍ଗଲ ମୁଣ୍ଡା, ସନ୍ତୋଷ ଦାସ, ମଙ୍ଗଳୁ ମୁଣ୍ଡା, ଶିରିଷ ପାତ୍ର, ଶୁକ୍ରା ନାଏକ, ଗୁଲିଆ ମାଝୀ, ଶିବ ମାଝୀ, ଦାସମାତ ମାଝୀ ପ୍ରମୁଖ ଏକ ଟିମ କରି ଦିନ ତମାମ ହାତୀର ଗତି ବିଧି ଉପରେ ନଜର ରଖିବା ସହିତ ସନ୍ଧ୍ୟା ହେଲେ ହାତରେ ମଶାଲ ଧରି ଜଙ୍ଗଲ ନିକଟରେ ରହି ରାତି ତମାମ ହାତୀ ଘୋଉଡ଼ାଉଛନ୍ତି।
ତେବେ,ଏଥିରେ ନିକଟବର୍ତ୍ତୀ ଗ୍ରାମବାସୀ ମଧ୍ୟ ବନବିଭାଗକୁ ସହାୟତା କରୁଛନ୍ତି। ବର୍ତ୍ତମାନ ଏହି ହାତୀପଲ ଝାଡ଼ଖଣ୍ଡ ସୀମାବର୍ତ୍ତି ମୁହାଁ ହୋଇଥିବା ବେଳେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ହାତୀପଲକୁ ସମ୍ପୂର୍ଣ୍ଣ ଭାବରେ ଘଉଡାଇ ଦିଆଯିବ ବୋଲି ବନପାଳ ଶ୍ରୀ ପାତ୍ର ସମ୍ବାଦକୁ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/8d112549-ee95-4ab3-a6ee-219be51214ec.jpg)