ଭୁବନେଶ୍ୱର: ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଗତ ତିନିଦିନ ଧରି କାଳବୈଶାଖୀ ଜନିତ ବର୍ଷା ଓ ପବନ ହେଉଥିବାରୁ ଆଜି ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି ଓ ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଜି ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇନାହିଁ। ଆଜି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୧.୨ ଡିଗ୍ରି ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରି ରହିଥିବା ବେଳେ ଓ କଟକରେ ୩୮.୫ ଡିଗ୍ରି ସେଲସିୟସ ରହିଥିଲା। ରାଜ୍ୟର ଅନ୍ୟ ସହରଗୁଡ଼ିକର ତାପମାତ୍ରା ନିମ୍ନରେ ପ୍ରଦାନ କରାଗଲା।
ବାଲେଶ୍ୱର- ୩୬.୦
ଚାନ୍ଦବାଲି- ୩୭.୪
ପାରାଦୀପ- ୩୧.୮
ଗୋପାଳପୁର- ୩୩.୦
ପୁରୀ- ୩୨.୮
ଅନୁଗୁଳ- ୪୦.୧
ବାରିପଦା- ୩୯.୬
କେନ୍ଦୁଝର- ୩୭.୦
ସମ୍ବଲପୁର- ୪୦.୮
ସୁନ୍ଦରଗଡ଼- ୩୮.୦
ହୀରାକୁଦ- ୪୦.୬
ତାଳଚେର- ୩୯.୪
ଭବାନୀପାଟଣା- ୩୮.୫
କୋରାପୁଟ- ୩୪.୫
ଟିଟଲାଗଡ଼- ୩୯.୦
ମାଲକାନଗିରି- ୩୯.୦
ସୋନପୁର- ୩୯.୬
ନୟାଗଡ଼- ୩୯.୦
ବୌଦ୍ଧ- ୪୦.୦
ଛତ୍ରପୁର- ୩୪.୦
ପାରଳାଖେମୁଣ୍ଡି- ୩୬.୦
ରାୟଗଡ଼ା- ୩୭.୨ ଡିଗ୍ରି ସେଲସିୟସ।
District-wise weather report of Odisha as released by Meteorological Centre, Bhubaneswar for 13th April 2021@mcbbsr@DDNewslive@PIBBhubaneswarpic.twitter.com/8lD54ttDxp
— DD News Odia (ଡ଼ିଡ଼ି ନ୍ୟୁଜ ଓଡିଆ) (@DDOdiaNews) April 13, 2021