ଝାରସୁଗୁଡ଼ା : ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଗତ ରବିବାର ଦିଲ୍ଲୀରୁ ଆସିଥିବା ସ୍ପାଇସ୍ ଜେଟ୍ର ଏକ ବୋଇଂ ୭୩୭ ବିମାନ ଅବତରଣ ବେଳେ ୩ଟି ବଡ଼ ଶାଗୁଣା ସହିତ ଧକ୍କା ହେବା ଭଳି ଘଟଣା ବିଳମ୍ବରେ ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/06/jhar-f-1.jpg)
ସୂଚନାନୁସାରେ ରବିବାର ବୋଇଂ ୭୩୭ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ କରି ଝାରସୁଗୁଡ଼ାରେ ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ ସମୟରେ ଅବତରଣ କରିଥିଲା। ତେବେ ଅବତରଣ ବେଳେ ବୋଇଂଟି ରନ୍ୱେରେ ଆସୁଥିବା ବେଳେ ବିମାନ ଦେହରେ ୨/୩ଟି ବଡ଼ ଶାଗୁଣା ବାଡ଼େଇ ହୋଇ ଚକ ଭିତରେ ପଶି ଯାଇଥିଲେ। ତେବେ ସୌଭାଗ୍ୟକୁ ବିମାନର କୌଣସି କ୍ଷତି ଘଟି ନଥିବା ବେଳେ ସୁରକ୍ଷିତ ଅବତରଣ କରିଥିଲା। ଫଳରେ ଏକ ଆସନ୍ନ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ତଥାପି ବିମାନର ଯାଞ୍ଚ ପରେ ସାମାନ୍ୟ ବିଳମ୍ବରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Eagle-Attack-on-Flight_Jharsuguda-Airport_Thumbnail.jpg)