ଝାରସୁଗୁଡ଼ା ଏୟାର୍‌ପୋର୍ଟରେ ଲାଗିିବ ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍‌, ଖରାପ ପାଗରେ ବିମାନ ଅବତରଣ ସମସ୍ୟା ଦୂର ହେବ

ସମ୍ବଲପୁର : ଝାରସୁଗୁଡ଼ା ବିମାନବନ୍ଦରରେ ୨ ମାସ ମଧ୍ୟରେ ୩୨୪ କୋଟି ଟଙ୍କା ବ୍ୟୟରେ ଇନ୍‌ଷ୍ଟ୍ରୁମେଣ୍ଟ ‌ଲ୍ୟାଣ୍ଡିଂ ସିଷ୍ଟମ (ଆଇଏଲ୍‌ଏସ୍‌) ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାପରେ ଖରାପ ପାଗରେ ବି ବିମାନ ବନ୍ଦରରୁ ବିମାନ ଗୁଡ଼ିକ ଟେକ୍‌ଅଫ ଓ ଲ୍ୟାଣ୍ଡିଂ କରି ପାରିବ। ଫଳରେ ବିମାନ ଗୁଡ଼ିକ ବାରମ୍ବାର ବାତିଲ କରିବାକୁ ପଡ଼ିବ ନାହିଁ ଓ ଯାତ୍ରୀମାନଙ୍କ ସମସ୍ୟା ଦୂର ହେବ ବୋଲି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ବିଶିଷ୍ଟ ଶିକ୍ଷାବିତ ପ୍ର. ଶଂକର ପ୍ରସାଦ ପତି ଝାରସୁଗୁଡ଼ା ବିମାନ ବନ୍ଦରରେ ହେଉଥିବା ବିଭିନ୍ନ ସମସ୍ୟା, ସ୍ପାଇସ୍ ଜେଟ କମ୍ପାନିର ଖରାପ ସେବା ଆଦି ସଂପର୍କରେ ଶ୍ରୀ ମହାପାତ୍ରଙ୍କୁ ଇମେଲ ଯୋଗେ ବିସ୍ତୃତଭା‌େବ ଅବଗତ କରିଥିଲେ। ଶ୍ରୀ ମହାପାତ୍ରଙ୍କ ପକ୍ଷରୁ ଏହାର ଉତ୍ତର ରଖି ତାଙ୍କ ସ୍ବତନ୍ତ୍ର ଅଧିକାରୀ ଅଜୟ କପୁର ଦର୍ଶାଇଛନ୍ତି ଯେ ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ପାଇଁ ବଡ଼ ଧରଣର କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ଓ ଯାତ୍ରୀମାନଙ୍କୁ ସବୁ ଆବଶ୍ୟକ ସୁବିଧା ପ୍ରଦାନ କରାଯାଉଛି। ୨ ମାସ ମଧ୍ୟରେ ଆଇଏଲ୍‌ଏସ୍‌ କାର୍ଯ୍ୟକାରୀ ହେଲା ପରେ ବିମାନ ଉଡାଣ ଓ ଅବତରଣ ମଧ୍ୟ ସହଜ ଓ ସୁବିଧାଜନକ ହେବ। ତେବେ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ଉପରେ ଏୟାରପୋର୍ଟ ଅଥରିଟିର ବିଶେଷ ନିୟନ୍ତ୍ରଣ ନାହିଁ ବୋଲି ଉତ୍ତରରେ କୁହାଯାଇଛି।

ସମ୍ବନ୍ଧିତ ଖବର