ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ ହୋଇଛି। ବିମାନ ବନ୍ଦର ନାଁ ବୀର ସୁରେନ୍ଦ୍ରସାଏଙ୍କ ନାମରେ ନାମିତ ପାଇଁ ସଂକଳ୍ପ ପାରିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଆସନ୍ତା ୨୨ ତାରିଖରେ ମୋଦୀ ନୂଆଦିଲ୍ଲୀରୁ ବାୟୁସେନାର ଏକ ବିମାନରେ ସକାଳ ୬ଟା ୫୦ରେ ବାହାରି ଭୁବନେଶ୍ୱରରେ ୮.୫୫ରେ ପହଞ୍ଚିବେ। ଭୁବନେଶ୍ୱରରୁ ଏକ ଏମ୍‌ଆଇ-୮/୧୭ ହେଲିକପ୍‌ଟର ଆସି ତାଳଚେର ସ୍ଥିତ ବ୍ଲାକ ଡାଇମଣ୍ଡ ଷ୍ଟାଡ଼ିୟମରେ ୯.୪୫ରେ ପହଞ୍ଚି ଏଫ୍‌ସିଆଇ ତାଳଚେର ୟୁନିଟ୍‌ର କାର୍ଯ୍ୟକ୍ରମ ସ୍ଥଳକୁ ଯିବେ। ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ବକ୍ସି ଜଗବନ୍ଧୁ ଷ୍ଟାଡ଼ିୟମରେ ଏକ ଜନସଭାରେ ଉଦ୍‌ବୋଧନ ଦେବେ। ସେଠାରୁ ୧୧.୩୫ରେ ପୁଣି ହେଲିକପ୍‌ଟରରେ ବାହାରି ଝାରସୁଗୁଡ଼ାରେ ୧୨.୩୫ରେ ପହଞ୍ଚିବେ। ୧୨.୩୫ରୁ ୧ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ବିମାନବନ୍ଦର, ଏନ୍‌ଟିପିସି ଓ ଏମ୍‌ସିଏଲର ଦୁଇଟି ଖଣି, କୋଇଲା ପରିବହନ ପାଇଁ ଝାରସୁଗୁଡ଼ା-ସବଡ଼େଗା ରେଳ ଲାଇନ ଉଦ୍‌ଘାଟନ ସହିତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ। ଏହାପରେ ଅମଲିପାଲିଠାରେ ୧.୧୫ରୁ ୨ଟା ପଯ୍ୟର୍ନ୍ତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ପରେ ୨ଟା ୨୦ରେ ଛତିଶଗଡ଼ ଅଭିମୁଖେ ଉଡ଼ାଣ କରିବେ।

ସମ୍ବନ୍ଧିତ ଖବର