ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପ୍ରସ୍ତାବ ଉପରେ ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟ୍। ଟୁଇଟ୍ କରି ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଥିବା ସୂଚନା ମିଳିଛି। ଏହାପରେ କେନ୍ଦ୍ରମନ୍ତ୍ରୀ ଓରାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
I thank Hon PM Shri @narendramodi Ji for giving approval on the renaming of newly built #JharsugudaAirports as Veer Surendra Sai Airport. It's now named after well-known freedom fighter & Son of Soil.#Odisha extends heartfelt gratitude to Shri #NarendraModi Ji.@PMOIndiapic.twitter.com/d9OCdPtZJk
— Jual Oram (@jualoram) November 1, 2018
ଏ ନେଇ ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବା କଥା। ଭାରତ ସରକାର ଏ ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ କରି ନ ଥିବାରୁ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆଘାତ ଲାଗିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ପରେ କେନ୍ଦ୍ର ସରକାର ପ୍ରସ୍ତାବ ଉପରେ ମୋହର ଲଗାଇଥିବାରୁ ଓଡ଼ିଶାବାସୀ ଏହାକୁ ସ୍ବାଗତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/jharsuguada.jpeg)