ଝାରସୁଗୁଡ଼ା : ଗତ ଏକ ସପ୍ତାହ ଧରି ଲାଗି ରହିଛି ଗ୍ରୀଷ୍ମପ୍ରବାହ। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଖାଲି ତାତି । ଯେପରି ଶୂନ୍ୟରୁ ବର୍ଷୁଛି ନିଆଁ । ସକାଳ ପାଇଲା କ୍ଷଣି ଉତ୍ତାପରେ ସହର ତାତି ଉଠୁଛି । ସହର ଓ ଆଖପାଖରେ ଥିବା କଳକାରଖାନାର ଚିମିନିରୁ ଗରମ ପବନ ବୋହି ନାହିଁନଥିବା ପରିସ୍ଥିତି ସୃଷ୍ଟି ହେଉଛି। ଗତ ସପ୍ତାହେ ତଳେ ଝାରସୁଗୁଡ଼ା ସହର ସମେତ ଆଖାପାଖ ବିଭିନ୍ନ ଗ୍ରାମ ଲଖନପୁର, ବ୍ରଜରାଜନଗର, ବେଲପାହାଡ଼, କୋଲାବିରା, ଲଇକେରା, ରେଙ୍ଗାଲି ଅଞ୍ଚଳରେ ସାମାନ୍ୟ ବର୍ଷା ପରେ ଲୋକେ ଟିକିଏ ଆଶ୍ୱସ୍ଥ ହୋଇଥିଲେ ମାତ୍ର ପୁଣି ଗରମ ବଢ଼ିବା ସାଙ୍ଗକୁ ଅପରାହ୍ନରୁ ଗୁଳୁଗୁଳି ହେବା ଯୋଗୁଁ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ମେଟ୍ରୋଲୋଜି ବିଭାଗ ଦ୍ୱାରା ଜାରି ଆଜିର ତାପମାତ୍ରା ୪୪.୨ ଡ଼ିଗ୍ରି ଥିବା ବେଳେ ପିଚୁ ଓ କ˚କ୍ରିଟ ରାସ୍ତାର ଧାସରେ ତାପମାତ୍ରା ଦ୍ବିଗୁଣ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭ୍ରାଟ ପରିସ୍ଥିତିକୁ ଅଣାୟତ୍ତ କରି ପକାଇଛି। ବିଭିନ୍ନ ସ୍ଥାନରେ ଦୈନିକ ୨ ରୁ ୩ ଘଣ୍ଟା ବିଦ୍ୟୁତ ବିଭ୍ରାଟ ହେଉଥିବା ବେଳେ ସାମାନ୍ୟ ପବନ ହେଲେ ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଛିନ୍ନ ହେଉଛି। ଏହି ସମୟରେ ବିଶେଷ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସ˚ପର୍କିୟ ମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଅସମ୍ଭାଳ ତାତି ବେଳେ ପାନୀୟ ଜଳକଷ୍ଟ ଉଗ୍ରରୂପ ଧାରଣ କରିଛି। ଚଳିତ ବର୍ଷ କୌଣସି ସରକାରୀ ବିଭାଗ, ପଞ୍ଚାୟତ ଓ କାରଖାନା କର୍ତ୍ତୃପକ୍ଷ ପାଣିଛତ୍ର ଖୋଲି ନଥିବା ଜଣାଯାଇଛି। କରୋନା ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ଓ ଅନ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିବା ଜଣାଯାଇଛି। ପ୍ରଚଣ୍ତ ତାପ ମାତ୍ରାରେ ନଇଁ ନାଳରେ ଥିବା ଅଳ୍ପ ପାଣି ମଧ୍ୟ ଶୁଖି ଗଲାଣି। ଭୂତଳ ଜଳ ହ୍ରାସ ପାଇଥିବାରୁ ନଳକୂଅ ଓ କୂଅଁରୁ ଯେଉଁମାନେ ପମ୍ପ ସାହାଯ୍ୟରେ ପାଣି ଉଠାଇ ଓଭରହେଡ଼୍ ଟାଙ୍କିରେ ରଖି ବ୍ୟବହାର କରନ୍ତି ସେମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଚଣ୍ତ ତାତିରେ ଓଭର୍ହେଡ଼୍ ଟାଙ୍କିର ପାଣି ଫୁଟି ଯାଉଥିବାରୁ ତାହା ବ୍ୟବହାର ହୋଇ ପାରୁନାହିଁ। କ˚କ୍ରିଟ ଘରୁ ବାହାରୁ ଥିବା ଉତ୍ତପ୍ତ ଧାସରେ ଲୋକେ ରାତିରେ ଶୋଇ ପାରୁନାହାନ୍ତିଁ । ଦିନ ତମାମ ଗ୍ରୀଷ୍ମପ୍ରବାହ ଜାରି ରହୁଥିବା ବେଳେ ସୂର୍ଯ୍ୟାସ୍ତ ପରେ ରାସ୍ତା ଉପରୁ ନିଆଁର ଧାସ ବାହାରୁଛି। ବାୟୁରେ ଆଦ୍ରତା ମଧ୍ୟ ବୃଦ୍ଧି ପାଇଥିବାରୁ ଭୀଷଣ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇ ପଡ଼ୁଛନ୍ତି।
ପଞ୍ଚାୟତରେ ଗୁଡ଼ିକରେ ଜଳକଷ୍ଟ ଅନୁଭୂତ ହୋଇଥିବା ଖବର ମିଳିଛି । ବିଶେଷକରି ଏବେ ଜଙ୍ଗଲାଞ୍ଚଳରେ ପାଣିର ଘୋର ଅଭାବ ଯୋଗୁଁ ବନ୍ୟଜନ୍ତୁ ଡ଼ହକବିକଳ ହେଉଛନ୍ତି । ଲୋକଙ୍କୁ ଜଳଛତ୍ର ମାଧ୍ୟମରେ ପଞ୍ଚାୟତ ସ୍ତରରେ ଯେପରି ବ୍ୟବସ୍ଥା କରାଯିବା କଥା ତାହା ପଞ୍ଚାୟତ ମାନଙ୍କରେ କରାଯାଇନଥିବା ଅଭିଯୋଗ ହୋଇଛି । ସେହିପରି ଅ˚ଶୁଘାତରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ କେହି ପାଳନ କରୁନଥିବା ଦେଖାଯାଇଛି । ପାଣିପାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ଜାରି କରିଥିବା ବେଳେ ଆଗାମୀ ସପ୍ତାହରେ ଆହୁରି ତାତି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଫଳରେ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି। ସକାଳ ୯ ଟାରୁ ଆଉ ଘରୁ ପଦାକୁ ବାହାରି ହେଉନାହିଁ । ଗରମରୁ ରକ୍ଷା ପାଇବା ପାଇଁ କୁଲର, ଏସିର ଆଦର ବଢ଼ିବାରେ ଲାଗିଛି। ତେବେ ଲକ୍ଡାଉନ୍ ଯୋଗୁଁ ଏଥର କୁଲର, ଏସି ବିକ୍ରି ପ୍ରଭାବିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Jsg2_Khara_.jpg)