ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ନମା ଘୋଷଣା କରିବା ପରେ ପରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳର କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଥିଲେ। ମଙ୍ଗଳବାର ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିଥିବା ନେଇ ଦଳର ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି। ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ, ରାଜ୍ୟ ସଂପାଦକ ରବିନାରାୟଣ ନାୟକ, ଜିଲ୍ଲା ପ୍ରଭାରୀ ବିଧାୟକ ଶଙ୍କର ଓରାମ ଓ ଜିଲ୍ଲା ସଭାପତି ଶ୍ରୀ ସାହୁ ଉପସ୍ଥିତ ଥିଲେ। ଦଳର ରାଜ୍ୟ ସଭାପତି, ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଶ୍ରୀ ସାହୁ ପୁନର୍ବାର ସଭାପତି ଭାବରେ ଉପନିର୍ବାଚନ ପରିଚାଳନା କରିବେ ବୋଲି କୁହାଯାଇଛି। ବୁଧବାର ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ତାଙ୍କ ନାମାଙ୍କନ ଦାଖଲ କରିବେ ଓ ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେବେ ବୋଲି ସମ୍ମିଳନୀରେ ସୂଚନା ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us