ଝାରସୁଗୁଡ଼ା : କର୍ଣ୍ଣାଟକ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏହା ସହିତ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି ହେବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ସୂଚନା ଅନୁସାରେ, ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହେବ। ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ। ଆଉ ଯେଉଁ ୨-୩ଟି ବୁଥ ବାକି ରହିଯିବ ସେଗୁଡ଼ିକ ୧୯ତମ ରାଉଣ୍ଡରେ ଗଣାଯିବ। ପ୍ରତି ଟେବୁଲରେ ଗୋଟିଏ ଲେଖାଏ ବୁଥ କରି ଗଣତି ଆରମ୍ଭ ହେବ।
ଭୋଟ୍ ଗଣତି ଯେଭଳି ଶାନ୍ତି ଶୃଙ୍ଖଳାର ସହ ଓ ନିର୍ଭୁଲ ଭାବରେ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୂଚନା ଦେଇଛନ୍ତି। ଭୋଟ୍ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଥିବା ଏସ୍ପି ସ୍ମିତ୍ ପି. ପରମାର୍ କହିଛନ୍ତି। ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ସ୍ପଷ୍ଟ େହାଇଯିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jharsuguda-election-1-733x430-1.jpg)