ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨୦ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ବୁଧବାର ସନ୍ଧ୍ୟା ସୁଦ୍ଧା ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସକୁ ମିଶାଇ ମୋଟ ୮ ଜଣ ପ୍ରାର୍ଥୀ ୧୪ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁରୁବାର ଆଉ ୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି।
ସେପଟେ, ବିଜେପିର ଟଙ୍କଧର ତ୍ରିପାଠୀ, ବିଜେଡିର ଦୀପାଳି ଦାସ ଓ କଂଗ୍ରେସର ତରୁଣ ପାଣ୍ଡେ ବୁଧବାର ଦିନ ସଂଶୋଧିତ ସତ୍ୟପାଠ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଜମା କରିଛନ୍ତି। ଶୁକ୍ରବାର ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ହେବ ଓ ୨୪ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନାମାଙ୍କନ ଦାଖଲ କଲେ ମହେନ୍ଦ୍ର
ଝାରସୁଗୁଡ଼ା : ବୁଧବାର କଳିଙ୍ଗ ସେନା ପ୍ରାର୍ଥୀ ମହେନ୍ଦ୍ର ପଟ୍ଟନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମହେନ୍ଦ୍ର ୧ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଥିଲେ।