ହାଇକୋର୍ଟ ଆଦେଶ ଅମାନ୍ୟ କରି ନିଲମ୍ବିତ ହେଲେ ଝାରସୁଗୁଡ଼ାର ଜିଲ୍ଲାପାଳ

ଝାରସୁଗୁଡ଼ା: ଅଦାଲତ ଆଦେଶ ଅବମାନନା କରିଥିବା କାରଣରୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଦିନ ରାଜ୍ୟ ସରକାର ଝାରସୁଗୁଡ଼ାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି।

ପରବର୍ତ୍ତୀ ଆଦେଶ ଯାଏଁ ଏଡିଏମ୍‌ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ମଦ ଦୋକାନ ଲାଇସେନ୍‌ସ୍‌ ରଦ୍ଦ କରିବା ସମ୍ବନ୍ଧରେ ଅଦାଲତ ଅବମାନନା କରିଥିବା ଯୋଗୁଁ ତାଙ୍କୁ ନିଲମ୍ବନ କରିବାକୁ ଗତକାଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ ତାରିଖ ଦିନ କରାଯିବ।

ସମ୍ବନ୍ଧିତ ଖବର