ଝାରସୁଗୁଡ଼ା: ଏଲାୟନ୍ସ ଏୟାର ପକ୍ଷରୁ ଝାରସୁଗୁଡ଼ା- ଦିଲ୍ଲୀ ଭାୟା ରାୟପୁର ଦେଇ ଏକ ନୂତନ ବିମାନ ଚଳାଇବା ପାଇଁ ଯୋଜନା କରିଛି। ଏହି ବିମାନ ଆସନ୍ତା ୨୪ ତାରିଖ ଦିନ ପରୀକ୍ଷାମୂଳକ ଭାବରେ ଉଡ଼ାଣ କରିବାକୁ ଏଲାୟନ୍ସ ଏୟାର ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ୨.୧୫ମି.ରେ ବାହାରି ରାୟପୁରରେ ସନ୍ଧ୍ୟା ୫ ଟାରେ ପହଞ୍ଚିବ। ରାୟପୁରରୁ ପୁଣି ୫. ୪୫ମି.ରେ ବାହାରି ଝାରସୁଗୁଡ଼ାରେ ସନ୍ଧ୍ୟା ୬.୩୦ରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରରୁ ଅପରାହ୍ନ ୪.୫ମି.ରେ ବାହାରି ରାୟପୁରରେ ୫ ଟାରେ ପହଞ୍ଚିବ। ପୁଣି ରାୟପୁରରୁ ୫.୪୫ରେ ବାହାରି ଦିଲ୍ଲୀରେ ୮.୩୦ମି.ରେ ପହଞ୍ଚିବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/10-16.jpg)