ଝାରସୁଗୁଡା: ଆସନ୍ତା ୨୦ ତାରିଖରୁ ଝାରସୁଗୁଡ଼ା- ହାଇଦ୍ରାବାଦ ମଧ୍ୟରେ ପୁଣି ବିମାନ ଉଡ଼ାଣ କରିବ ବୋଲି ସୂଚନା ମିଳିଛି। ଝାରସୁଗୁଡ଼ା-ହାଇଦ୍ରବାଦ ମଧ୍ୟରେ ସ୍ପାଇସ୍‌ ଜେଟ୍‌ ବିମାନ ସେବା ଯୋଗାଇ ଆସୁଥିଲା। ତେବେ, ସ୍ପାଇସ୍‌ ଜେଟ୍‌ର ବିମାନ ସେବାକୁ ଡିଜିସିଏ ସଙ୍କୁଚିତ କରିବାପରେ ଦୀର୍ଘମାସ ହେଲା ଝାରସୁଗୁଡ଼ା-ହାଇଦ୍ରାବାଦ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା। ଏହି ସେବାକୁ ପୁନର୍ବାର ଆରମ୍ଭ କରିବା ପାଇଁ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ବିମାନ ସେବା ଦିନବେଳା ଯୋଗାଇ ଦିଆଯିବ। ମାର୍ଚ୍ଚ ୧୬ରୁ ଏହି ସେବା ସନ୍ଧ୍ୟାରେ ମିଳିବ ବୋଲି ପ୍ରାରମ୍ଭିକ ଭାବରେ ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଭାବେ ମାନ୍ୟତା ପାଇବା ପରେ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବହୁ ଯାତ୍ରୀ ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିଲେ। ତେବେ, ଗତ କିଛିମାସ ହେଲା ଏଠାରୁ ଦେଶର ବିଭିନ୍ନ ସହରକୁ ଉଡ଼ାଣ କରୁଥିବା ‌ବିମାନ ସେବା ବନ୍ଦ ହୋଇ ଯାଇଥିଲା।