ଆଜିଠାରୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳର ଶୁଭାରମ୍ଭ ହୋଇଥିବା ଜଣାଯାଇଛି। ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ କରୁଛି | ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ଛାଡ଼ି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିବ | ପୁଣି ଝାରସୁଗୁଡ଼ାରୁ ୧.୪୫ରେ କୋଲକାତା ଅଭିମୁଖେ ଯିବ ବିମାନ | ଏ ନେଇ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦେଶକ ସ୍ବଦେଶ ଚୌହ୍ବାନ ସୂଚନା ଦେଇଛନ୍ତି। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ ତାରିଖରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର