ଝାରସୁଗୁଡ଼ା: ଆସନ୍ତା ୧୨ ତାରିଖ ଠାରୁ ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେକ୍ଟରରେ ସେବା ଯୋଗାଉଥିବା ସ୍ପାଇସ ଜେଟ ପକ୍ଷରୁ ଅଳ୍ପ ଦିନ ସେବା ଯୋଗାଇବା ପରେ ବନ୍ଦ କରି ଦିଆଯାଇଥିଲା। ପରେ ସ୍ପାଇସ ଜେଟର ସେବାକୁ ଡିଜିସିଏ ସଂଙ୍କୁଚିତ କରିବା ପରେ ମୁମ୍ବାଇ-ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ବନ୍ଦ ହୋଇ ଯାଇଥିଲା। ସ୍ପାଇସ ଜେଟ ପୁଣି ମୁମ୍ବାଇକୁ ବିମାନ ସେବା ଆରମ୍ଭ କରୁଥିବା ଜଣା ଯାଇଛି। ଆସନ୍ତା ୧୨ ତାରିଖ ଦିନ ବିମାନ ମୁମ୍ବାଇରୁ ଅପରାହ୍ନ ୨ ଟାରେ ଉଡ଼ାଣ କରି ଝାରସୁଗୁଡ଼ାରେ ୪ ଟା ୫ ରେ ପହଞ୍ଚିବ। ପୁଣି ୪.୪୦ରେ ଝାରସୁଗୁଡ଼ାରୁ ଉଡ଼ାଣ କରି ୭ ଟାରେ ମୁମ୍ବାଇରେ ପହଞ୍ଚିବ। ହାଇଦ୍ରାବାଦକୁ ମଧ୍ୟ ଆସନ୍ତା ୨୦ ତାରିଖ ଠାରୁ ସ୍ପାଇସ ଜେଟ ପୁଣି ବିମାନ ସେବା ଆରମ୍ଭ କରିବ ବୋଲି ପୂର୍ବରୁ ସୂଚନା ଦେଇଛି।

Advertisment

publive-image Image Courtesy of India TV