୧୨ରୁ ଉଡ଼ିବ ଝାରସୁଗୁଡ଼ା-ମୁମ୍ବାଇ ବିମାନ

ଝାରସୁଗୁଡ଼ାକୁ ଅଧିକ ବିମାନ ଚଳାଚଳ କର

ଝାରସୁଗୁଡ଼ା : ଆସନ୍ତା ୧୨ ତାରିଖରୁ ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହି କ୍ଷେତ୍ରରେ ସେବା ଯୋଗାଉଥିବା ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଅଳ୍ପ ଦିନ ସେବା ଯୋଗାଇବା ପରେ ବନ୍ଦ କରି ଦିଆଯାଇଥିଲା। ପରେ ସ୍ପାଇସ୍‌ ଜେଟ୍‌ର ସେବାକୁ ଡିଜିସିଏ ସଙ୍କୁଚିତ କରିବା ପରେ ମୁମ୍ବାଇ-ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ବନ୍ଦ ହୋଇ ଯାଇଥିଲା। ସ୍ପାଇସ୍‌ ଜେଟ୍‌ ପୁଣି ମୁମ୍ବାଇକୁ ବିମାନ ସେବା ଆରମ୍ଭ କରୁଥିବା ଜଣାଯାଇଛି।

ଆସନ୍ତା ୧୨ ତାରିଖ ଦିନ ବିମାନ ମୁମ୍ବାଇରୁ ଅପରାହ୍ନ ୨ଟାରେ ଉଡ଼ାଣ କରି ଝାରସୁଗୁଡ଼ାରେ ୪ଟା ୫ରେ ପହଞ୍ଚିବ। ପୁଣି ୪.୪୦ ରେ ଝାରସୁଗୁଡ଼ାରୁ ଉଡ଼ାଣ କରି ୭ଟାରେ ମୁମ୍ବାଇରେ ପହଞ୍ଚିବ। ହାଇଦ୍ରାବାଦକୁ ମଧ୍ୟ ଆସନ୍ତା ୨୦ ତାରିଖରୁ ସ୍ପାଇସ୍‌ ଜେଟ୍‌ ପୁଣି ବିମାନ ସେବା  ଆରମ୍ଭ କରିବ ବୋଲି ପୂର୍ବରୁ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe