ଝାରସୁଗୁଡ଼ା/କୁଚିଣ୍ଡା: କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବ୍ଲିଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଆଉ ଜଣେ ଲୋକଙ୍କୁ ଗତକାଲି ରାତିରେ ଛତିଶଗଡ଼ ପୁଲିସ ଉଠାଇଥିବା ନେଇ ଝାରସୁଗୁଡ଼ାରେ ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ଝାରସୁଗୁଡ଼ା ଜିଲ୍ଲାର କୁଚିଣ୍ଡା ଅଞ୍ଚଳରୁ ଜଣଙ୍କୁ ଛତିଶଗଡ଼ ପୁଲିସ ରାୟଗଡ଼ ନେଇଛି। ସେହି ବ୍ୟକ୍ତିଜଣକ ଅନୁପ ସାଏଙ୍କର ଜଣେ ସଂପର୍କୀୟ ବୋଲି ଚର୍ଚ୍ଚା ହେଉଛି । ସେ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବ୍ଲିଙ୍କୁ ହତ୍ୟା କରିବାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟୋପୋଙ୍କୁ ସହାୟତା କରିଥିବା କୁହାଯାଇଛି।
ସୂଚନାଯୋଗ୍ୟ, ଅନୁପ ସାଏଙ୍କର ଶଶୁର ଘର କୁଚିଣ୍ଡା ବ୍ଲକ୍ ଅନ୍ତର୍ଗତ ଗଛରା ଗ୍ରାମରେ। ଅନୁପ ସାଏଙ୍କର ଶଶୁର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଏବଂ ଶାଳକ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି। ତେବେ ଏନେଇ କୌଣସି ତଥ୍ୟ ଛତିଶଗଡ଼ ପୁଲିସ ପକ୍ଷରୁ ଦିଆଯାଇନାହିଁ। ଏପରିକି କୁଚିଣ୍ଡା ପୁଲିସ ନିକଟରେ ଏଥିନେଇ କିଛି ଖବର ନଥିବା ଜଣାଯାଇଛି।/sambad/media/post_attachments/wp-content/uploads/2020/02/driver-arrested.jpg)
ଉଲ୍ଲେଖଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବ୍ଲିଙ୍କ ହତ୍ୟାକାଣ୍ଡ ପଛର ରହସ୍ୟକୁ ଦୀର୍ଘ ୩ ବର୍ଷ ୯ ମାସ ପରେ ଉନ୍ମୋଚନ କରିଛି ଛତିଶଗଡ଼ ପୁଲିସ। ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ରାଜନେତା, ତିନିଥର ବିଧାୟକ ଓ ଅନେକ ଗୁରୁତ୍ବପୂର୍ଣ୍ଣ ସରକାରୀ ପଦ ମଣ୍ଡନ କରିଥିବା ଅନୁପ ସାଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟୋପୋଙ୍କୁ ମଧ୍ୟ ଉଠାଇନେଇ ଜେରା କରିଛି। ବର୍ଦ୍ଧନ ଟୋପୋ ତଦନ୍ତରେ ସହଯୋଗ କରୁ ନଥିବା ଛତିଶଗଡ଼ ପୁଲିସ କହିଛି।
ଝାରସୁଗୁଡ଼ାରେ ଚର୍ଚ୍ଚା, ଅନୁପ ସାଏଙ୍କର ଜଣେ ସଂପର୍କୀୟଙ୍କୁ ଉଠାଇନେଇଛି ଛତିଶଗଡ଼ ପୁଲିସ!
/sambad/media/post_attachments/wp-content/uploads/2020/02/anup-murder-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)