ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୭ ଶ୍ରମିକ ଗୁରୁତର ଆହତ

ଝାରସୁଗୁଡା: ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ସ୍ଥିତ ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ଆଜି ବିସ୍ଫୋରଣ ଘଟି ସାତ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢ଼େ ୯ଟାରେ କାରଖାନାର ଦ୍ୱିତୀୟ ମହଲାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟିଥିଲା। ଫଳରେ ସେଠାରେ କାମ କରୁଥିବା ସାତ ଜଣ ଶ୍ରମିକଙ୍କ ଉପରେ ଉତ୍ତତ୍ପ ତରଳ ଲୁହା ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରବି ଶଙ୍କର(୪୦), ଆନନ୍ଦ ସାହୁ(୪୫), ଗଣେଶ ସ୍ବାଇଁ(୩୦), ରଞ୍ଜିତ ସିଂହ(୩୨), ସୁମନ୍ତ ମଝି(୨୪) ଓ ସହଦେଵ ପଟେଲ(୩୦)। ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ବର୍ଣ୍ଣ ୟୁନିଟ ନ ଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିବା ଝାରସୁଗୁଡ଼ା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର