ଝାରସୁଗୁଡ଼ା: ଲଖାନପୁର ବ୍ଲକ୍ ଅନ୍ତର୍ଗତ ଭିକମପାଲି ଗ୍ରାମ ନିକଟରେ ଥିବା ସୁଖାବନ୍ଧ ଗ୍ରାମରେ ବିଜୁଳି ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ପୂର୍ବାହ୍ନରେ ଜଣା ପଡ଼ିଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ଭିକମପାଲି ଗ୍ରାମ ନିବାସୀ ୪୫ ବର୍ଷିୟ ସୁଦାମ ସିଦର।
ବାର୍ହା ମାରିବା ନିମନ୍ତେ ସୁଦାମ ସୁଖାବନ୍ଧ ଗ୍ରାମ ନିକଟ ବଣରେ ଜି. ଆଇ. ତାର ଘେରାଇ ସେଥିରେ ବିଜୁଳି ପ୍ରବାହ କରାଇଥିଲେ। ମଙ୍ଗଳବାର ରାତିରେ ସେ ବଣର ସେ ସ୍ଥାନକୁ ଯାଇଥିବା ବେଳେ ଉକ୍ତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଆଜି ପୂର୍ବାହ୍ନରେ ବଣରେ ସ୍ଥାନୀୟ ଲୋକେ ତାଙ୍କର ଶବ ପଡ଼ିଥିବା ଦେଖି ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ।
ଭିକମପାଲି ପୁଲିସ ବିଜୁଳି ତାର ଓ ସୁଦାମଙ୍କ ଶବ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/wild-boar-hunter.jpg)