ଯମଜ କନ୍ୟାସନ୍ତାନ ଜନ୍ମଦେଲେ ଝିଲିକ: ପିତା ହେଲେ ପ୍ରୀତିରଂଜନ ଘଡ଼ାଇ

ଯାଜପୁର: ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଯମଜ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି। ଉଭୟ ଶିଶୁକନ୍ୟା ଓ ମା’ ସୁସ୍ଥ ଅଛନ୍ତି। ଆଜି ମଧ୍ୟ ଅଭିନେତ୍ରୀ ଝିଲିକଙ୍କର ଜନ୍ମଦିନ ଥିଲା।

ଏହି ଖୁସି ଖବର ପାଇବା ପରେ ବିଧାୟକ ପ୍ରୀତିରଞ୍ଜନ ଓ ତାଙ୍କ ପିତା ପ୍ରାକ୍ତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସମର୍ଥକମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ପ୍ରକାଶ ଯେ, ୨୦୨୦ ମସିହାରେ ଚିଲିକାସ୍ଥିତ ଏକ ରିସର୍ଟରେ ପ୍ରୀତିରଞ୍ଜନ ଓ ଝିଲିକଙ୍କର ବିବାହ ହୋଇଥିଲା। ଯମଜ କନ୍ୟା ସନ୍ତାନ ଜାତ ହେବା ପରେ ଶୁଭେଚ୍ଛୁମାନେ ବିଧାୟକ ପ୍ରୀତିରଞ୍ଜନ ଓ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର