ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଉପରେ ରହିଥିବା ବ୍ରିଟିଶ ଅମଳର ୧୦୦ ବର୍ଷର ପୁରୁଣା ଝୁଲେନ ପୋଲ ଭାଙ୍ଗି ଯାଇଛି। ଏହି ପୋଲ ଉପରୁ ଏକ ଡ଼ମ୍ପର ଗାଡି ପାଣି ଭିତରକୁ ଖସି ପଡିଛି। ଘଟଣାସ୍ଥଳରୁ ଜଣେ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କାହାରିକୁ ଉଦ୍ଧାର କରାଯାଇ ପାରିନାହିଁ। ଡ଼ମ୍ପରକୁ ଉଦ୍ଧାର ପାଇଁ ଉଦ୍ୟମ ଜରି ରହିଛି। ଘଟଣା ସ୍ଥଳରେ ଦମକଳ ବାହିନୀ, ପୁଲିସ ଏସଡିପିଓ, ଆଇଆଇସି, ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି। ବ୍ରିଜ ଭାଙ୍ଗିବା ଫଳରେ କୁଚିଣ୍ଡା ସହରକୁ ଯୋଗାଯୋଗ ବିଛିନ୍ନ ରହିଛି। ଜାତୀୟ ରାଜପଥ ୪୯ ବିଲାସପୁରରୁ ଖଡକପୁର ସଂପୂର୍ଣ୍ଣ ବନ୍ଦ ରହିଛି।
କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ବ୍ରିଟିଶ ଅମଳର ୧୦୦ ବର୍ଷର ପୁରୁଣା ଝୁଲେନ ପୋଲ ଭୁଶୁଡ଼ିଲା
/sambad/media/post_attachments/wp-content/uploads/2021/09/sambadlpur-bridge-c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)