ଭୁବନେଶ୍ୱର : ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ପୂଜାସଂଖ୍ୟା-୨୦୨୦ ଆଜି ଉନ୍ମୋଚିତ ହୋଇଯାଇଛି। ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପତ୍ରିକାକୁ ଉନ୍ମୋଚନ କରି କହିଲେ, ଆମ ପିଲାମାନେ ସଂପ୍ରତି ଅତ୍ୟାଧୁନିକ କାରିଗରୀ କୌଶଳର ପ୍ରୟୋଗ ଦିଗରେ ଯଥେଷ୍ଟ ଆଗରେ ପହଞ୍ଚି ଗଲେଣି। ସେମାନଙ୍କର ଆବଶ୍ୟକତା ଓ ରୁଚିକୁ ଚାହିଁ ଯୁଗୋପଯୋଗୀ ଶିଶୁ ସାହିତ୍ୟ ସୃଷ୍ଟି କରାଯାଇ ପାରିଲେ, ତାହା ବେଶ୍ ଗ୍ରହଣୀୟ ହୋଇପାରିବ।
ଏହି ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ‘ସମ୍ବାଦ’ର ଫିଚର୍ ସଂପାଦକ ତଥା ସାହିତ୍ୟିକ ଗୌରହରି ଦାସ କହିଲେ, ଶିଶୁ ଓ କିଶୋରମାନଙ୍କୁ ପାଠକମନସ୍କ କରିବା ପାଇଁ ଚାହିଦା ମୁତାବକ କାର୍ଟୁନ୍ ଭଳି ଆକର୍ଷଣୀୟ ଚିତ୍ରରେ ସେମାନଙ୍କୁ ନୂଆ ସ୍ବାଦରେ ପରିବେଷଣ କରାଯାଉ। ‘ଝୁମୁକା’ର ସଂପାଦକ ମାନସ ରଞ୍ଜନ ସାମଲ କହିଲେ ଯେ ଦୀର୍ଘ ୩୪ବର୍ଷ ଧରି ନିରବଚ୍ଛିନ୍ନ ଭାବେ ‘ଝୁମୁକା’ ପ୍ରକାଶ ପାଇ ଆସୁଛି। ପାଠକପାଠିକାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହାର ରୂପରେଖ ଆକର୍ଷଣୀୟ କରାଯିବ। ଉନ୍ମୋଚନ ଉତ୍ସବରେ ପ୍ରକାଶକ ସତ୍ୟରଞ୍ଜନ, ଶିଶୁ ସାହିତ୍ୟିକ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସଞ୍ଜୟ ପାତ୍ରଙ୍କ ସମେତ ‘ସମ୍ବାଦ’ର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Jhumuka.jpg)