ଜିନ୍ଦଲ ବିସ୍ଥାପିତଙ୍କ ଆନ୍ଦୋଳନ ଜାରି

ଦାନଗଦୀ: ଜିନ୍ଦଲ ବିସ୍ଥାପିତଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ବିସ୍ଥାପିତ ପରିବାର ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି। ଗୁରୁବାର ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରିବା ସହ ୧୦ ଦିନ ସମୟ ମାଗିଥିଲେ ହେଲେ ସେମାନେ ସେଥିରେ ରାଜି ନ ହୋଇ ଫେରି ଆସିଥିଲେ।

କାରଖାନାରେ ଚାକିରି କରିଥିବା ବିସ୍ଥାପିତ ପରିବାରର ପ୍ରାୟ ୭୦ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ଆଜି ସକାଳୁ ତ୍ରିଜଙ୍ଗା କଲୋନି ଓ କଣ୍ଟିପୁର କଲୋନିକୁ ସେମାନଙ୍କୁ ନେବାକୁ ଆସିଥିବା ବସ୍‌କୁ ଫେରାଇ ଦେଇଥିଲେ। ପରେ ସମସ୍ତେ କାରଖାନା ଫାଟକ ସମ୍ମୁଖରେ ନିଜ ପରିବାର ଲୋକଙ୍କ ସହିତ ଧାରଣାରେ ସାମିଲ ହୋଇଥିଲେ। ଶୀତକାକରରେ ଶତାଧିକ ଲୋକ ଧାରଣାରେ ବସିରହିଛନ୍ତି।

ସମ୍ବନ୍ଧିତ ଖବର