ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିନ୍ଦଲ ପ୍ରଦାନ କଲା ୨ କୋଟି

ଭୁବନେଶ୍ବର : ‘ଫନି’ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନର୍ନିମାଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିମାନେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସମୁଦାୟ ୨ କୋଟି ୧୦ ଲକ୍ଷ ୧୩ ହଜାର ୨୧୭ ଟଙ୍କାର ଚେକ୍ ଓ ଡ୍ରାଫ୍ଟ ପ୍ରଦାନ କରିଛନ୍ତି।ଦାନଦେଇଥିବା ସଂସ୍ଥାମାନଙ୍କ ମଧ୍ୟରେ କଟକ ହାଇକୋର୍ଟ ବାର ଆସୋସିଏସନ ୧ ଲକ୍ଷ ୪୦ ହଜାର, ଜଙ୍ଗଲ ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ୧ ଲକ୍ଷ, ଏସାର ପାଵାର ଓଡ଼ିଶା ଲିମିଟେଡ ୫ ଲକ୍ଷ, ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ୨ ଲକ୍ଷ ୬୩ ହଜାର ୨୧୭ ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏହାବ୍ୟତୀତ ତ୍ରିଭେନ୍ଦ୍ରମ ସ୍ଥିତ ଇସ୍ରୋର ଗ୍ରୁପ୍ ନିର୍ଦ୍ଦେଶକ ସି.ଆଥିପାଗ୍ଵାନ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଶୁକ୍ରବାର ଅପରାହ୍ନରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ପ୍ରେସିଡେଣ୍ଟ ଡାଇରେକ୍ଟର ଶଶିଭୁଷଣ ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଟଙ୍କାର ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର