ଜିନ୍ଦଲ ନିବେଶ କରିବ ଆଉ ୫୦ ହଜାର କୋଟି

୨୦୩୦ ସୁଦ୍ଧା ୨୦ ନିୟୁତ ଟନ୍ ଉତ୍ପାଦନ ଲକ୍ଷ୍ୟ, ୨୦୨୧ରୁ ନୂଆ ପ୍ରକଳ୍ପ ପାଇଁ କାମ ଆରମ୍ଭ ହେବ, ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ବର : ୨୦୩୦ ସୁଦ୍ଧା ଅନୁଗୁଳ ପ୍ଲାଣ୍ଟରୁ ୨୦ ମିଲିୟନ (ନିୟୁତ) ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଓଡ଼ିଶାରେ ଅଧିକ ୫୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

ଜିଷ୍ଟଲ ଷ୍ଟି୍ଲ ଆଣ୍ଡ ପାଓ୍ୱାର ଲିମିଟେଡ ବା ଜେଏସପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ ଆଜି ଏଭଳି ସୂଚନା ଦେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଆଲୋଚନା କରିବା ପରେ ଶ୍ରୀ ଜିନ୍ଦଲ ଇସ୍ପାତ ଓ ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରାଙ୍କୁ ଭେଟିଥିେଲ।

ପରେ ଗଣମାଧ୍ୟମକୁ କହିଥିେଲ, ଆସନ୍ତା ୧୨ବର୍ଷ ମଧ୍ୟରେ ଅନୁଗୁଳ କାରଖାନାର ଉତ୍ପାଦନ ୬ ମିଲିୟନ ଟନରୁ ୨୦ ମିଲିୟନ ଟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୧ରୁ ଏହି ନୂଆ ଅଭିଯାନ ଆରମ୍ଭ ହେବ। କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ୩୦୦ ମିଲିୟନ୍ ଟନ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଦେଶରେ ଇସ୍ପାତ କ୍ରାନ୍ତି ପାଇଁ କେନ୍ଦ୍ର ସରକାରଙ୍କ ଏଭଳି ଆହ୍ୱାନରେ ସାମିଲ ହୋଇ ସେ ଓଡ଼ିଶାରୁ ଏହି ଲକ୍ଷ୍ୟ ସାଧନରେ ସଫଳ ହେବେ ବୋଲି ଶ୍ରୀ ଜିନ୍ଦଲ ଆଶା ପ୍ରକଟ କରିଥିେଲ।

ଗତବର୍ଷ ସ୍ଥାପନ କରାଯାଇଥିବା ୪.୫ ମିଲିୟନ୍ ଟନ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଥାପନ ପରେ ପ୍ରକଳ୍ପର ଆର୍ଥିକ ସ୍ଥିତିରେ ଯଥେଷ୍ଟ ପରିବର୍ତନ ଆସିଛି ବୋଲି ସୂଚନା ଦେଇ ସେ କହିଥିଲେ, ଏବେ ଦୈନିକ ୯ହଜାର ଟନ୍ ହଟ୍ ମେଟାଲ୍ ଓ ଇସ୍ପାତ ଉତ୍ପାଦନ କରାଯାଉଛି, ଯାହା କାରଖାନା କ୍ଷମତାର ପାଖାପାଖି ୬୦ ପ୍ରତିଶତ। କଂପାନି ଲକ୍ଷ୍ୟ ରଖିଛି, ୨୦୧୮ ନଭେମ୍ବର ସୁଦ୍ଧା ୩ ଲକ୍ଷ େମଟ୍ରିକ୍ ଟନ୍ ହଟ୍ େମଟାଲ୍ ଉତ୍ପାଦନ କରିବ ଓ ଆସନ୍ତାବର୍ଷ ମାର୍ଚ ମାସରୁ ଏହାର ପରିମାଣ ୪.୫ ଲକ୍ଷ ମେଟ୍ରିକ୍ ଟନ୍ ହେବ। ସେହିଭଳି ଅନୁଗୁଳ କାରଖାନା ଏହି ଆର୍ଥିକ ବର୍ଷରେ ୩ ମିଲିୟନ୍ ଟନ୍ ଓ ୨୦୨୦ ସୁଦ୍ଧା ୫.୪ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ୬ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ ହାସଲ ପରେ ପରେ ୨୦ମିଲିୟନ ଟନ୍ ଉତ୍ପାଦନ ଲକ୍ଷ୍ୟ ଛୁଇଁବା ପାଇଁ ପଦକ୍ଷେପ ନିଆଯିବ। ତେବେ ମାସାଧିକ ଧରି ବର୍ଷା ଲାଗି ରହିବା କାରଣରୁ ଅନୁଗୁଳ କାରଖାନା ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା ଶ୍ରୀ ଜିନ୍ଦଲ କହିିଥିେଲ।

ଅନୁଗୁଳ କାରଖାନାର ବିକାଶ ଲାଗି ନକ୍ସା ପ୍ରସ୍ତୁତ ସରିଛି ବୋଲି ସୂଚନା ଦେଇ ଶ୍ରୀ ଜିନ୍ଦଲ କହିଥିେଲ, ଅତୀତ ଅଭିଜ୍ଞତାରୁ ଆମକୁ ଯଥେଷ୍ଟ ଶିକ୍ଷା ମିଳିଛି। ଏଣୁ ସଂପ୍ରସାରଣ କ୍ଷେତ୍ରରେ ପୂର୍ବଭଳି ଋଣ କରି କାରଖାନା କରାଯିବ ନାହିଁ। ବରଂ ଆଭ୍ୟନ୍ତରୀଣ ସୂତ୍ର ବା ସେୟାର ଓ ନିେବଶକାରୀଙ୍କ ସହିତ ବୁଝାମଣା ଭିତ୍ତିରେ ଅର୍ଥ ବିନିେଯାଗ କରାଯିବ। ସଂପ୍ରତି ଅନୁଗୁଳ କାରଖାନା ଲାଭ କରିବା ଆରମ୍ଭ କରିଛି ଓ ଋଣ ପରିେଶାଧ କରୁଛି।

ସେ କହିଥିେଲ, ଇସ୍ପାତ ଶିଳ୍ପ ପାଇଁ କୋଇଲାର ଅଭାବ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଓଡ଼ିଶା ଭଳି ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହେବା କଥା ନୁେହଁ। ମାତ୍ର ଅଧିକାଂଶ କାରଖାନା ଏହି ସମସ୍ୟାରେ ପଡିଛନ୍ତି। କୋଲ ଇଣ୍ଡିଆର ଏହା ଦାୟିତ୍ବ ଯେ ସେ ଇସ୍ପାତ ଶିଳ୍ପସଂସ୍ଥାକୁ ଏହା ଯୋଗାଇ ଦେବାକଥା। ସେହିଭଳି ଉଚ୍ଚମାନର ଲୁହାପଥର ମୂଲ୍ୟ ମଧ୍ୟ ବଢିଯାଇଛି। ଏସବୁ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଆେଲାଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା, ଛତିଶଗଡ଼ ଓ ଓମାନ ମିଶି ଜିନ୍ଦଲ ଏବେ ବାର୍ଷିକ ୧୧ ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ କରୁଛି।

ସମ୍ବନ୍ଧିତ ଖବର