ଜିନ୍ଦଲ ବିସ୍ଥାପିତଙ୍କ ଧାରଣା ଜାରି

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ କାରଖାନା ସମ୍ମୁଖରେ ଚାଲିଥିବା ଜିନ୍ଦଲ ବିସ୍ଥାପିତଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଗତ ମଙ୍ଗଳବାର ଭୋରୁ ବିସ୍ଥାପିତମାନେ ୩ ଦଫା ଦାବିରେ ଗଣଧାରଣା ଆରମ୍ଭ କରିଥିଲେ। ଗତ ଗୁରୁବାର ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରିଥିଲେ ଓ ୧୦ ଦିନ ସମୟ ମାଗିଥିଲେ ମଧ୍ୟ ବିସ୍ଥାପିତମାନେ ଏଥିରେ ରାଜି ହୋଇନଥିଲେ।

କାରଖାନାରେ ଚାକିରି କରିଥିବା ବିସ୍ଥାପିତ ପରିବାରର ଲୋକମାନେ ତ୍ରିଜଙ୍ଗା କଲୋନି ଓ କଣ୍ଟିପୁର କଲୋନିରୁ କାରଖାନାକୁ କର୍ମଚାରୀ ପରିବହନ କରୁଥିବା ବସ୍ ଫେରାଇ ଦେଇଥିଲେ। ୬ ଦିନ ଧରି ଗଣଧାରଣା ଚାଲିଥିଲେ ହେଁ ଦାବି ସମ୍ପର୍କରେ ଜିନ୍ଦଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସମାଧାନ ବାଟ ବାହାରିନାହିଁ। ଆସନ୍ତାକାଲିର ଧାରଣା ରଣନୀତି ସମ୍ପର୍କରେ କର୍ମକର୍ତ୍ତା ଆଜି ଏକ ବୈଠକ କରି ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର