ଜିତେନ୍ଦ୍ର ମିଶ୍ରଙ୍କ ଫିଲ୍ମ ‘ଦ ଲାଷ୍ଟ୍‌ କଲର୍‌’ ଓସ୍କାର ଦୌଡ଼ରେ

ଟିଟିଲାଗଡ଼ : ନୂଆବର୍ଷର ପ୍ରାରମ୍ଭରେ ଟିଟିଲାଗଡ଼ବାସୀଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ଏହି ମାଟିର ପୁଅ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର। ୨୦୧୯ରେ ଜିତେନ୍ଦ୍ରଙ୍କ ପ୍ରଯୋଜିତ ଫିଚର ଫିଲ୍ମ ‘ଦ ଲାଷ୍ଟ୍‌ କଲର୍‌’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଏହି ସିନେମାର ଲେଖକ ଏବଂ ନିର୍ଦେଶକ ହେଉଛନ୍ତି ସୁପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା। ସିନେମାରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ନୀନା ଗୁପ୍ତା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଭାରତୀୟ ସମାଜରେ ବିଧବାମାନଙ୍କ ପ୍ରତି ରହିଥିବା ଅନ୍ଧବିଶ୍ବାସ, କୁସଂସ୍କାର ଓ ଅନ୍ୟାୟ ବିରୋଧରେ ଏହି ସିନେମା ସ୍ବର ଉତ୍ତୋଲନ କରିଛି। ରଙ୍ଗହୀନ ବିଧବାମାନଙ୍କ ଜୀବନରେ ରଙ୍ଗ ଭରିଦେବା ପାଇଁ ଏହି ସିନେମା ଜାଗରଣ ସୃଷ୍ଟି କରିଛି। ସୂଚନାଥାଉ କି, ଏହି ସିନେମା ଅନ୍ତର୍ଜାତୀୟ ସ୍ତରରେ ୫୦ଟି ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି।

ସମ୍ବନ୍ଧିତ ଖବର