ରାଉରକେଲା: ଗତକାଲି ଗୁଳିମାଡ଼ରେ ଗୁରୁତର ଜିତେନ୍ଦ୍ର ଶାହାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛିl ତାଙ୍କ ମାଉସୀ ଲକ୍ଷ୍ମୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛିl ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇଜିଏଚ ଓ ମୃତ ଯୁବକଙ୍କ ଘର ଆଗରେ ବ୍ୟାପକ ପୁଲିସ ମୁତୟନ କରାଯାଇଛିl ହତ୍ୟା ଘଟଣାରେ ପ୍ଲାଣ୍ଟସାଇଟ ପୁଲିସ ଅମିତ ନାମକ ଜଣେ ଯୁବକଙ୍କୁ ଗିରଫ କରିଛିl ଅନ୍ୟ ଚାରି ଜଣ ଫେରାର ଥିବା ଏସପି ମୁକେଶ ଭାମୁ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ରେଲୱେ କଲୋନୀ ରିମ୍ଝିମ୍ ବସ୍ତିରେ ଘଟିଥିଲା ଗୁଳିକାଣ୍ଡ। ୫-୬ ଜଣ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ଜିତେନ୍ଦ୍ର ଓରଫ ଗୋରେ ସାହା (୩୬) ଓ ତାଙ୍କ ମାଉସୀ ଲକ୍ଷ୍ମୀ ଦେବୀ ଗୁରୁତର ଆହତ ହୋଇଥିଲେ। ୮ରୁ ୧୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଚାରି ଗୁଳି ଜିତେନ୍ଦ୍ରଙ୍କ ଦେହରେ ବାଜିଥିଲା। ଗୁଳି ମାଡ଼ ସହ ଖଣ୍ଡାରେ ମଧ୍ୟ ହାଣିଥିଲେ। ଦୁହିଁଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
/sambad/media/post_attachments/wp-content/uploads/2021/09/744e4bc8-ff88-46b8-9c9a-f41baaf92072.jpg)
ଗୁଳିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଥିବାବେଳେ ସହରରେ ସକ୍ରିୟ ପରସ୍ପର ବିରୋଧୀ ଦୁଇଟି ଗ୍ୟାଙ୍ଗ୍ ମଧ୍ୟରେ ଥିବା ପୁରୁଣା ଶତ୍ରୁତାରୁ ଗୁଳିକାଣ୍ଡ ହୋଇଛି ବୋଲି ରାଉରକେଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି। ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରି ଆରକ୍ଷୀ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁଳିକାଣ୍ଡ ଘଟଣାରେ ଅମିତ ନାମକ ଯୁବକକୁ ଅଟକ ରଖାଯାଇଛି। ଅନ୍ୟ ୪ ଯୁବକ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଶ୍ରୀ ଭାମୁ କହିଛନ୍ତି। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଓ ପ୍ଲାଣ୍ଟସାଇଟ୍ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ଓ ଆଇଜିଏଚରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିଲେ। ସେପଟେ ଗୁଳିମାରି ଫେରାର ହୋଇ ଯାଇଥିବା ଯୁବକମାନଙ୍କୁ ଧରିବାକୁ ପୁଲିସ ସହରର ପ୍ରମୁଖ ଛକ ଓ ବାହାର ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରି ଯାଞ୍ଚ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/70a7ece1-349b-4082-b2b1-7707cc4baa14-300x300-1.jpg)